ରାଶିଫଳ (ଶନିବାର)

ଆଷାଢ (ମିଥୁନ) ୨୭ ଦିନ ଜୁଲାଇ ୧୧ ତାରିଖ, ୨୦୨୦
ମେଷ: କାର୍ଯ୍ୟରେ ହାନୀ ଘଟିବ । ମନ ଅସ୍ଥିର ହେବ । ଆୟ କମ୍ ହୋଇପାରେ । ମା’ ଦୁର୍ଗାଙ୍କୁ ସ୍ମରଣ କରନ୍ତୁ, ଲାଘବ ହେବ ।
ବୃଷ: ଆଜି ଆପଣଙ୍କର ପ୍ରାଧାନ୍ୟ ବଢ଼ିବ । ପ୍ରଶଂସିତ ହେବେ ।
ମିଥୁନ: ଉତ୍ସାହ ବଢ଼ିବ । ସହଯୋଗ ମିଳିବ । ଆୟ ଅଧିକ ହୋଇପାରେ ।
କର୍କଟ: ଆଜିର ଦିନଟି ଆପଣଙ୍କ ସେବା ପୂଜାରେ କଟିବ । ମାନସିକ ଶାନ୍ତି ଅନୁଭବ କରିବେ । ଆୟ ସ୍ଥିର ରହିବ ।
ସିଂହ: ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ମନ ସାମାନ୍ୟ ଦୁର୍ବଳ ରହିବ । ଆୟ ସ୍ଥିର ରହିବ ।
କନ୍ୟା: ଆଜିର ଦିନଟି ଆପଣଙ୍କର ଆମୋଦ ପ୍ରମୋଦରେ କଟିବ । ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ ।
ତୂଳା: କାର୍ଯ୍ୟ ସଫଳ ହେବ । ପ୍ରଶଂସିତ ହୋଇପାରନ୍ତି । ଆୟ ଅଧିକ ହେବାର ଯୋଗ ରହିଛି ।
ବିଛା: କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ପରାମର୍ଶ ଆପଣ କରିପାରନ୍ତି । ମନ ସନ୍ତାପିତ ହୋଇପାରେ । ଆୟ ସାମାନ୍ୟ କମ୍ ହେବ ।
ଧନୁ: ଆପଣଙ୍କର ଆଜି ଘାତଚନ୍ଦ୍ର । ସତର୍କ ରୁହନ୍ତୁ । ଭଗବାନ ଗଣେଶଙ୍କୁ ଉପାସନା କରନ୍ତୁ ।
ମକର: ଉଚ୍ଚ ଆଶା ପୋଷଣ କରିବେ । ସହଯୋଗ ମିଳିପାରେ । ଆୟ ସ୍ଥିର ରହିବ ।
କୁମ୍ଭ: ଆଶାବାଦୀ ହେବେ । ପାରିବାରିକ ସହଯୋଗ ପ୍ରାପ୍ତି ହେବ । ଆୟ ଭଲ ହେବ ।
ମୀନ: ଆଜି ଆପଣଙ୍କୁ ସୁଖ ସମ୍ମାନ ପ୍ରାପ୍ତି ହେବ । ମନ ପ୍ରଫୁଲ୍ଲ ହେବ । ଆୟ ଅଧିକ ହେବ ।

ମତାମତ ଦିଅନ୍ତୁ ।