ରାଶିଫଳ (ରବିବାର)

ଶ୍ରାବଣ (କର୍କଟ) ୪ ଦିନ ଜୁଲାଇ ୧୯ ତାରିଖ, ୨୦୨୦
ମେଷ: ପରିଶ୍ରମ କରି ସଫଳ ହେବେ । ଶାରୀରିକ ଅସୁସ୍ଥତା ସାମାନ୍ୟ ପରିଲକ୍ଷିତ ହୋଇପାରେ । ଆୟ ସ୍ଥିର ରହିବାର ଯୋଗ ରହିଛି ।
ବୃଷ: କେହି ଆପଣଙ୍କୁ ଆଜି ଘୃଣାଭାବ ଦେଖାଇପାରେ । ସହଯୋଗ କମ୍ ମିଳିବ । ଆୟ ସାମାନ୍ୟ କମ୍ ହୋଇପାରେ ।
ମିଥୁନ: ଆପଣ ଆଜି ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ । ସହଯୋଗ ପ୍ରାପ୍ତି ହେବ । ଆୟ ସ୍ଥିର ରହିବ ।
କର୍କଟ: ପଥରୋଧ ଯୋଗ ରହିଛି । ସତର୍କ ରୁହନ୍ତୁ । ଭଗବାନ ବିଷ୍ଣୁଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ସିଂହ: ସୁଖ ସନ୍ତୋଷ ଲାଭ ହେବ । ଶରୀର ସୁସ୍ଥ ରହିବ । ଆୟ ବୃଦ୍ଧି ହେବାର ଯୋଗ ରହିଛି ।
କନ୍ୟା: ଶରୀର ପୀଡ଼ା ଅନୁଭବ କରିପାରନ୍ତି । ସହଯୋଗ ମିଳିବ । ଆୟ ସ୍ଥିର ରହିବ । ମା’ କାଳୀଙ୍କୁ ଉପାସନା କରନ୍ତୁ ଦିନଟି ଭଲରେ କଟିବ ।
ତୂଳା: ଆଜି ଆପଣ ଉଚ୍ଚ ଆଶା ପୋଷଣ କରିବେ । ଶରୀର ସୁସ୍ଥ ରହିବ । ଆୟ ସାମନ୍ୟ ଅଧିକ ହୋଇପାରେ ।
ବିଛା: ଧନକ୍ଷୟ ଯୋଗ ରହିଛି । ମା’ ଲକ୍ଷ୍ମୀଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ଧନୁ: ସହଯୋଗ ପ୍ରାପ୍ତି ହେବ । ମନ ସ୍ଥିର ରହିବ । ପିତାମାତାଙ୍କ ଆଶୀର୍ବାଦ ମିଳିବ ।
ମକର: ବିରକ୍ତିଭାବ ପ୍ରକାଶ ପାଇବ । ମନ ଅସ୍ଥିର ହେବ । ଆୟ ଭଲ ହେବ ।
କୁମ୍ଭ: ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଭଗବାନ ଗଣେଶଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ମୀନ: ମାନ ମନାନ୍ତର ଘଟିବାର ଯୋଗ ରହିଛି । ସତର୍କ ରୁହନ୍ତୁ । ମା’ ଦୁର୍ଗାଙ୍କୁ ଉପାସନା କରନ୍ତୁ ଲାଘବ ହେବ ।

ମତାମତ ଦିଅନ୍ତୁ ।