ରାଶିଫଳ (ଶନିବାର)

ଶ୍ରାବଣ (କର୍କଟ) ୧୭ ଦିନ ଅଗଷ୍ଟ ୧ ତାରିଖ, ୨୦୨୦
ମେଷ: ଆଜିର ଦିନଟି ଆପଣଙ୍କ ସେବା ଓ ପୂଜାରେ କଟିବ । ମାନସିକ ଶାନ୍ତି ମିଳିବ । ଆୟ ଠିକ୍ ରହିବ ।
ବୃଷ: ଶାରୀରିକ ପୀଡ଼ା ଅନୁଭବ କରିବେ । ମନ ସାମାନ୍ୟ ଅସ୍ଥିର ରହିବ । ସହଯୋଗ ମିଳିବ ।
ମିଥୁନ: ମିତ୍ରଲାଭ ଯୋଗ ରହିଛି । ମନ ପ୍ରଫୁଲ୍ଲ ରହିବ । ଆୟ ଭଲ ହେବାର ସମ୍ଭାବନା ରହିଛି ।
କର୍କଟ: ଆଜି ଆପଣଙ୍କର ଶତ୍ରୁ ଭୟ ଦେଖାଦେଇପାରେ । ଭଗବାନ ଗଣେଶଙ୍କୁ ଆରାଧନା କରନ୍ତୁ ଲାଘବ ହେବ ।
ସିଂହ: ପରାମର୍ଶ କରି କାର୍ଯ୍ୟ କରନ୍ତୁ । ଦେହ ଭଲ ରହିବ । ଆୟ ସ୍ଥିର ରହିବ ।
କନ୍ୟା: କଳହ ଯୋଗ ରହିଛି । ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ । ମା’ କାଳୀଙ୍କ ଉପାସନା କରନ୍ତୁ ଲାଘବ ହେବ ।
ତୂଳା: ପରିଶ୍ରମ ଅଧିକ ହେବ । ମାନସିକ ଶାନ୍ତି ମିଳିବ । ଆୟ ଠିକ୍ ରହିବ ।
ବିଛା: ଆଶାବାଦୀ ହେବେ । ସହଯୋଗ ମିଳିବ । ଆୟ ଭଲ ହେବ ।
ଧନୁ: ଆଜି ଆପଣଙ୍କର ଶ୍ରୀଚନ୍ଦ୍ର ରହିଛି । ସର୍ବକୁଶଳ ଅନୁଭବ କରିବେ ।
ମକର: ପଥରୋଧ ଯୋଗ ରହିଛି । ଭଗବାନ ଶିବଙ୍କୁ ଉପାସନା କରନ୍ତୁ ।
କୁମ୍ଭ: ଆଜି ଆପଣଙ୍କର ଘାତଚନ୍ଦ୍ର ରହିଛି । ସତର୍କ ରୁହନ୍ତୁ । ମା’ ଦୁର୍ଗାଙ୍କ ଉପାସନା କରନ୍ତୁ ଲାଘବ ହେବ ।
ମୀନ: ପରିଶ୍ରମ ଅଧିକ ହେଲେ କମ୍ ଫଳ ମିଳିବ । ମନ ଅସ୍ଥିର ରହିବ । ଆୟ ସାମାନ୍ୟ କମିପାରେ ।

ମତାମତ ଦିଅନ୍ତୁ ।