ରାଶିଫଳ (ରବିବାର)

ଶ୍ରାବଣ (କର୍କଟ) ୧୮ ଦିନ ଅଗଷ୍ଟ ୨ ତାରିଖ, ୨୦୨୦
ମେଷ: ଆପଣ ଆଜି ଦାନ ଧର୍ମ ପ୍ରତି ମନ ବଳାଇବେ । ମାନସିକ ଶାନ୍ତି ମିଳିବ । ଆୟ ଭଲ ହେବାର ସମ୍ଭାବନା ଅଛି ।
ବୃଷ: ଧନ କ୍ଷୟ ଯୋଗ ରହିଛି । ସତର୍କର ସହ ଖର୍ଚ୍ଚ କରନ୍ତୁ । ମା’ ଲକ୍ଷ୍ମୀଙ୍କୁ ଉପାସନା କରନ୍ତୁ ।
ମିଥୁନ: ସୁଖହାନୀ ଘଟିପାରେ । ମନ ସାମାନ୍ୟ ଅସ୍ଥିର ରହିବ । ଆୟ ସ୍ଥିର ରହିବ ।
କର୍କଟ: ହତୋତ୍ସାହ ଉପଲବ୍ଧି କରିବେ । ମନ ଅସ୍ଥିର ରହିବ । ଭଗବାନ ଗଣେଶଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ସିଂହ: ଆଜି ଆପଣଙ୍କର ଲେଖାପଢ଼ାରେ ଅଧିକ ସମୟ କଟିବ । ସହଯୋଗ ମିଳିବ । ଆୟ ଠିକ୍ ରହିବ ।
କନ୍ୟା: ପ୍ରତିଷ୍ଠା ହାନୀ ଘଟିବାର ଯୋଗ ରହିଛି । ହନୁମାନ ଚାଳିଶା ପାଠ କରନ୍ତୁ ଲାଘବ ହେବ ।
ତୂଳା: ଆଜି ଆପଣଙ୍କର ସମ୍ମାନପ୍ରାପ୍ତି ହେବ । ସହଯୋଗ ମିଳିବ । ଆୟ ଭଲ ହେବାର ସମ୍ଭାବନା ରହିଛି ।
ବିଛା: ଆଳସ୍ୟ ପରାୟଣ ହୋଇପାରନ୍ତି । ଦେହ ସୁସ୍ଥ ରହିବ । ଆୟ ସ୍ଥିର ରହିବ ।
ଧନୁ: ଆପଣ ଆଜି ସ୍ୱାଧୀନ ଭାବରେ କାର୍ଯ୍ୟ କରିବାକୁ ପସନ୍ଦ କରିବେ । ଶରୀର ସୁସ୍ଥ ରହିବ । ଆୟ ଠିକ୍ ରହିବ ।
ମକର: ଆଜି ଆପଣଙ୍କର ବ୍ୟୟ ଯୋଗ ରହିଛି । ସତର୍କର ସହ ଖର୍ଚ୍ଚ କରନ୍ତୁ । ମା’ କାଳୀଙ୍କ ଉପାସନା କରନ୍ତୁ ।
କୁମ୍ଭ: ଆପଣଙ୍କର ଆଜି ଆୟ ଉତ୍ତମ ହେବ । ଦେହ ଭଲ ରହିବ । ସହଯୋଗ ମିଳିବ ।
ମୀନ: ଆଜି ଆପଣଙ୍କର କାର୍ଯ୍ୟ ସଫଳ ଯୋଗ ରହିଛି । ବନ୍ଧୁମାନେ ସହଯୋଗ କରିବେ । ଆୟ ଭଲ ହୋଇପାରେ ।

ମତାମତ ଦିଅନ୍ତୁ ।