ରାଶିଫଳ (ଗୁରୁବାର)

ଶ୍ରାବଣ (କର୍କଟ) ୮ ଦିନ ଜୁଲାଇ ୨୩ ତାରିଖ, ୨୦୨୦
ମେଷ: ଆଜି ଆପଣ ନୀରବ ଭାବ ପ୍ରଦର୍ଶନ କରିବେ । ଶରୀର ସୁସ୍ଥ ରହିବ । ଆୟ ସ୍ଥିର ରହିବ ।
ବୃଷ: ଆପଣ ଆଜି ବାଦବିବାଦ ମଧ୍ୟରେ ଗତି କରିବେ । ସହଯୋଗ କମ୍ ମିଳିବ । ଆୟ ସ୍ଥିର ରହିବ ।
ମିଥୁନ: ଆଜି ଆପଣଙ୍କର କାର୍ଯ୍ୟ ସଫଳ ହେବାର ଯୋଗ ରହିଛି । ଆଳସ୍ୟ ବର୍ଜନ କରି କର୍ମ ତତ୍ପର ହୁଅନ୍ତୁ ।
କର୍କଟ: ଆଜି ଆପଣଙ୍କର ମନ ବ୍ୟାକୁଳ ରହିବ । ସହଯୋଗ ମିଳିବାରେ ବାଧା ଉପୁଜିପାରେ । ଆୟ ସାମାନ୍ୟ କମ୍ ହେବାର ସମ୍ଭାବନା ରହିଛି ।
ସିଂହ: ଆପଣଙ୍କର ଆଜି ଶ୍ରୀଚନ୍ଦ୍ର ରହିଛି । ସର୍ବକୁଶଳ ଅନୁଭୂତ ହେବ । ଆୟ ଭଲ ହେବ ।
କନ୍ୟା: ଆଜି ଆପଣଙ୍କର ବ୍ୟୟଯୋଗ ରହିଛି । ସତର୍କର ସହ ଖର୍ଚ୍ଚ କରନ୍ତୁ । ମା’ ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ।
ତୂଳା: ଦ୍ରବ୍ୟଲାଭ ଯୋଗ ରହିଛି । ବନ୍ଧୁମାନେ ସହଯୋଗ କରିବେ । ଆୟ ମଧ୍ୟ ଭଲ ହେବାର ସମ୍ଭାବନା ରହିଛି ।
ବିଛା: ଆଜି ଆପଣ ନିଷ୍ଠାର ସହ କର୍ତ୍ତବ୍ୟ କରିବେ । ମାନସିକ ଶାନ୍ତି ଅନୁଭବ କରିବେ । ଶରୀର ସୁସ୍ଥ ରହିବ ।
ଧନୁ: କାର୍ଯ୍ୟ ସଫଳ ହେବ । ସହଯୋଗ ମିଳିବ । ଆୟ ମଧ୍ୟ ଭଲ ହେବାର ସମ୍ଭାବନା ରହିଛି ।
ମକର: ଆଜି ଆପଣଙ୍କର ଘାତଚନ୍ଦ୍ର । ସତର୍କର ସହ କାର୍ଯ୍ୟ କରନ୍ତୁ । ଭଗବାନ ଶିବଙ୍କୁ ଧ୍ୟାନ କରନ୍ତୁ ଲାଘବ ହେବ ।
କୁମ୍ଭ: ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ । ସହଯୋଗ ପ୍ରାପ୍ତି ହେବ । ଆୟ ଭଲ ହେବ ।
ମୀନ: ଆପଣ ଆଜି କୌଣସି ବ୍ୟକ୍ତିଙ୍କର ପରାମର୍ଶ ନେଇପାରନ୍ତି । ମନ ସାମାନ୍ୟ ଅସ୍ଥିର ହେବ । ଶରୀର ସୁସ୍ଥ ରହିବ । ଆୟ ସ୍ଥିର ରହିବ ।

ମତାମତ ଦିଅନ୍ତୁ ।