ରାଶିଫଳ (ମଙ୍ଗଳବାର)

ଶ୍ରାବଣ (କର୍କଟ) ୬ ଦିନ ଜୁଲାଇ ୨୧ ତାରିଖ, ୨୦୨୦
ମେଷ: ଆଜି ଆପଣଙ୍କର କୌଣସି ବ୍ୟକ୍ତିଙ୍କ ସହ ମାନ ମନାନ୍ତର ଘଟିପାରେ । ସତର୍କ ରୁହନ୍ତୁ । ଭଗବାନ ବିଷ୍ଣୁଙ୍କୁ ଆରାଧନା କରନ୍ତୁ ଲାଘବ ହେବ ।
ବୃଷ: ଆପଣଙ୍କର ଆଜି କାର୍ଯ୍ୟ ସଫଳ ଯୋଗ ରହିଛି । କର୍ମ ତତ୍ପର ହୁଅନ୍ତୁ । ଆୟ ମଧ୍ୟ ଭଲ ହେବାର ସମ୍ଭାବନା ଅଛି ।
ମିଥୁନ: ପରାଧୀନ ଅନୁଭବ କରିବେ । ଦେହ ସୁସ୍ଥ ରହିବ । ଆୟ ସ୍ଥିର ରହିବ ।
କର୍କଟ: ଆଜି ଆପଣଙ୍କର ଶ୍ରୀଚନ୍ଦ୍ର । ସର୍ବକୁଶଳ ଉପଲବ୍ଧ ହେବ । ସହଯୋଗ ମିଳିବ । ଆୟ ଭଲ ରହିବ ।
ସିଂହ: କାର୍ଯ୍ୟହାନୀ ଘଟିବାର ଯୋଗ ରହିଛି । ଭଗବାନ ଗଣେଶଙ୍କୁ ଆରାଧନା କରନ୍ତୁ ଲାଘବ ହେବ ।
କନ୍ୟା: ମନ ପ୍ରସନ୍ନ ରହିବ । ଶରୀର ସୁସ୍ଥ ରହିବ । ଆୟ ମଧ୍ୟ ଭଲ ହେବାର ସମ୍ଭାବନା ରହିଛି ।
ତୂଳା: ଆଜି ଆପଣଙ୍କର ସୁଖ ସମ୍ମାନ ପ୍ରାପ୍ତି ହେବ । ବନ୍ଧୁମାନେ ସହଯେଗ କରିବେ । ସୁଖାଦ୍ୟ ପ୍ରାପ୍ତି ହୋଇପାରେ ।
ବିଛା: ଆପଣଙ୍କର ଆଜି ନିଷ୍ଠାରେ ବ୍ୟାଘାତ ଘଟିପାରେ । ସତର୍କର ସହ କାର୍ଯ୍ୟ କରନ୍ତୁ । ମା’ ଦଶଭୁଜାଙ୍କୁ ସ୍ମରଣ କରନ୍ତି ଲାଘବ ହେବ ।
ଧନୁ: ଦାନ ଧର୍ମ ପ୍ରତି ଆଜି ଆପଣ ମନ ବଳାଇବେ । ମାନସିକ ଶାନ୍ତି ମିଳିବ । ଆୟ ସ୍ଥିର ରହିବ ।
ମକର: ଆପଣଙ୍କର ଆଜି ମିତ୍ର ଲାଭ ଯୋଗ ରହିଛି । ଦେହ ସୁସ୍ଥ ରହିବ । ଆୟ ମଧ୍ୟ ଭଲ ରହିବ ।
କୁମ୍ଭ: ଆଜି ଆପଣଙ୍କର ଭ୍ରମଣ ଯୋଗ ରହିଛି । ସହଯୋଗ ମିଳିବ । ଶାରୀରିକ ସୁସ୍ଥତା ଅନୁଭବ କରିବେ ।
ମୀନ: ଚିନ୍ତାଗ୍ରସ୍ତ ହେବେ । ମନ ସାମାନ୍ୟ ଅସ୍ଥିର ହୋଇପାରେ । ଆୟ ସ୍ଥିର ରହିବ ।

ମତାମତ ଦିଅନ୍ତୁ ।