ରାଶିଫଳ (ବୁଧବାର)

ଶ୍ରାବଣ (କର୍କଟ) ୭ ଦିନ ଜୁଲାଇ ୨୨ ତାରିଖ, ୨୦୨୦
ମେଷ: ଆଜି ଆପଣଙ୍କର କଳହ ଯୋଗ ରହିଛି । ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ । ମା’ କାଳୀଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ବୃଷ: ଦ୍ରବ୍ୟ ନଷ୍ଟ ହୋଇପାରେ । ସତର୍କ ରୁହନ୍ତୁ । ତ୍ରିଶାଖା ବେଲପତ୍ର ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ।
ମିଥୁନ: ଠିକ୍ ବ୍ୟକ୍ତିଙ୍କ ସହ ପରାମର୍ଶ କରି କାର୍ଯ୍ୟ କରନ୍ତୁ । କାରଣ ଭ୍ରମ ଯୋଗ ରହିଛି । ଆୟ ମଧ୍ୟମ ହେବ । ଦେହ ସୁସ୍ଥ ରହିବ ।
କର୍କଟ: ଉଚ୍ଚ ଆଶା ପୋଷଣ କରିବେ । ସହଯୋଗ ମିଳିବ । ଆୟ ସ୍ଥିର ରହିବ ।
ସିଂହ: ଆଜି ଆପଣଙ୍କ ମନରେ ବିଷର୍ଣ୍ଣ ଭାବ ଜାଗ୍ରତ ହେବ । ଦେହ ଭଲ ରହିବ । ଆୟ ସ୍ଥିର ରହିବ ।
କନ୍ୟା: କାର୍ଯ୍ୟହାନୀ ଘଟିବାର ଯୋଗ ରହିଛି । ସତର୍କର ସହ କାର୍ଯ୍ୟ କରନ୍ତୁ । ହରପାର୍ବତୀଙ୍କର ଉପାସନା କରନ୍ତୁ ଲାଘବ ହେବ ।
ତୂଳା: ଆୟ ଉତ୍ତମ ହେବାର ଯୋଗ ରହିଛି । ଆଳସ୍ୟ ବର୍ଜନ କରନ୍ତୁ । ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ ।
ବିଛା: ସେବା ପୂଜାରେ ମନ ବଳାଇବେ । ଶାରୀରିକ ସୁସ୍ଥତା ଅନୁଭବ କରିବେ । ମାତାପିତାଙ୍କ ଆଶୀର୍ବାଦ ମିଳିବ । ଆୟ ସ୍ଥିର ରହିବ ।
ଧନୁ: ପରୋପକାର କରିପାରନ୍ତି । ମାନସିକ ଶାନ୍ତି ମିଳିବ । ଆୟ ସ୍ଥିର ରହିବ ।
ମକର: ମନରେ ଆନନ୍ଦ ଅନୁଭବ କରିବେ । କୌଣସି ଉତ୍ସବରେ ଯୋଗ ଦେଇପାରନ୍ତି । ଆୟ ଭଲ ହେବାର ସମ୍ଭାବନା ରହିଛି ।
କୁମ୍ଭ: ମନରେ ଆତଙ୍କ ଜାତ ହୋଇପାରେ । ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିବେ । ମା’ ଦୁର୍ଗାଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ମୀନ: ଲେଖାପଢ଼ାରେ ଅଧିକ ସମୟ ଦେଇପାରନ୍ତି । ଶାରୀରିକ ସୁସ୍ଥତା ଅନୁଭବ କରିବେ । ଆୟ ସ୍ଥିର ରହିବାର ଯୋଗ ରହିଛି ।

ମତାମତ ଦିଅନ୍ତୁ ।