ରାଶିଫଳ

ରାଶିଫଳ (ବୁଧବାର)

ଶ୍ରାବଣ (କର୍କଟ) ୨୮ ଦିନ ଅଗଷ୍ଟ ୧୨ ତାରିଖ, ୨୦୨୦
ମେଷ: ଆପଣ ଆଜି ଆଶାବାଦୀ ହେବେ । ଶରୀର ସୁସ୍ଥ ରହିବ । ପାରିବାରିକ ସହଯୋଗ ମିଳିବ ।
ବୃଷ: ଆପଣଙ୍କର ଆଜି ଶ୍ରୀଚନ୍ଦ୍ର । ସର୍ବକୁଶଳ ଅନୁଭୂତ ହେବ । ଦିନଟି ଭଲରେ କଟିବାର ଯୋଗ ରହିଛି ।
ମିଥୁନ: କାର୍ଯ୍ୟହାନୀ ଘଟିବାର ଯୋଗ ରହିଛି । ଭଗବାନ ଗଣେଶଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
କର୍କଟ: ଆଜି ଆପଣଙ୍କର ଆୟ ବୃଦ୍ଧି ହେବାର ଯୋଗ ରହିଛି । ଆଳସ୍ୟ ବର୍ଜନ କରି କର୍ମତତ୍ପର ହୁଅନ୍ତୁ ।
ସିଂହ: କାର୍ଯ୍ୟ ସିଦ୍ଧି ହେବାର ଯୋଗ ରହିଛି । ବନ୍ଧୁମାନେ ସହଯୋଗ କରିବେ । ମାନସିକ ଶାନ୍ତି ମିଳିବ ।
କନ୍ୟା: ଶାରୀରିକ ଓ ମାନସିକ ସ୍ତରରେ ଦୁର୍ବଳ ଅନୁଭବ କରିବେ । ଆୟ ସ୍ଥିର ରହିବ ।
ତୂଳା: ଶାରୀରିକ ପୀଡ଼ା ଦେଖାଦେଇପାରେ । ମନ ସାମାନ୍ୟ ଅସ୍ଥିର ରହିବ । ସହଯୋଗ କମ୍ ମିଳିବ ।
ବିଛା: ବନ୍ଧୁ ମିଳନ ଘଟିବାର ଯୋଗ ରହିଛି । ସୁଖାଦ୍ୟ ଭୋଜନ ମିଳିପାରେ । ମାନସିକ ଶାନ୍ତି ମିଳିବ ।
ଧନୁ: ଅହଙ୍କାର ଭାବ ପ୍ରଦର୍ଶନ କରିବେ । ମନ ସାମାନ୍ୟ ବ୍ୟାକୁଳ ହେବ । ଶାରୀରିକ ସୁସ୍ଥତା ଅନୁଭବ କରିବେ ।
ମକର: ନିରବଦ୍ରଷ୍ଟା ହୋଇ ସହିବାକୁ ଆପଣାଇ ନେବେ । ମନରେ ଦ୍ୱନ୍ଦ୍ୱ ଉପୁଜିପାରେ । ଆୟ କମ୍ ହେବାର ସମ୍ଭାବନା ରହିଛି ।
କୁମ୍ଭ: ସମ୍ମାନପ୍ରାପ୍ତି ହେବ । ସହଯୋଗ ମିଳିବ । ଦିନଟି ଭଲରେ କଟିବାର ଯୋଗ ରହିଛି ।
ମୀନ: ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ସୁଖାଦ୍ୟ ଭୋଜନ ପ୍ରାପ୍ତିର ଯୋଗ ରହିଛି ।

ମତାମତ ଦିଅନ୍ତୁ ।

Back to top button