ରାଶିଫଳ (ବୁଧବାର)

ଆଷାଢ (ମିଥୁନ) ୩୧ ଦିନ ଜୁଲାଇ ୧୫ ତାରିଖ, ୨୦୨୦
ମେଷ: ଘାତଚନ୍ଦ୍ର ରହିଛି । ସତର୍କ ରୁହନ୍ତୁ । ଈଶ୍ୱର ପାର୍ବତୀଙ୍କୁ ଉପାସନା କରନ୍ତୁ ।
ବୃଷ: ମନରେ ଉତ୍ସାହ ବୃଦ୍ଧି ହେବ । ଆୟ ସ୍ଥିର ରହିବ । ବନ୍ଧୁମାନେ ସହଯୋଗ କରିପାରନ୍ତି ।
ମିଥୁନ: ଆବଦ୍ଧ ଯୋଗ ରହିଛି । ମନରେ ଅଶାନ୍ତି ଅନୁଭବ କରପାରନ୍ତି ।
କର୍କଟ: ମାନ ସମ୍ମାନ ବୃଦ୍ଧି ହେବ । ସହଯୋଗ ମିଳିବ । ଆୟ ବୃଦ୍ଧି ହେବ ।
ସିଂହ: ଆଜି ଆପଣଙ୍କର କାର୍ଯ୍ୟ ସଫଳ ହେବ । ମନରେ ଶାନ୍ତି ଜାଗ୍ରତ ହେବ । ଆୟ ବୃଦ୍ଧି ହୋଇପାରେ ।
କନ୍ୟା: ପରୋପକାର କରି ନିଜକୁ ଧନ୍ୟ ମନେ କରିବେ । ସହଯୋଗ ମିଳିବ । ଦେହ ସୁସ୍ଥ ରହିବ ।
ତୂଳା: ସହଯୋଗ ପ୍ରାପ୍ତି ହେବ । ଆୟ ସ୍ଥିର ରହିବ । ଦୂରଯାତ୍ରାରେ ବ୍ୟାଘାତ ଘଟିପାରେ ।
ବିଛା: ବନ୍ଧୁ ମିଳନ ଯୋଗ ରହିଛି । ସୁଖାଦ୍ୟ ଭୋଜନ ମିଳିପାରେ । ଆୟ ସ୍ଥିର ରହିବ ।
ଧନୁ: ଭୟଭୀତ ହୋଇପାରନ୍ତି । କୌଣସି ବ୍ୟକ୍ତି ପ୍ରତିଶୋଧ ନେଇପାରେ । ସତର୍କ ରୁହନ୍ତୁ । ଭଗବାନ ଗଣେଶଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ମକର: ଅସନ୍ତୋଷ ବୃଦ୍ଧି ପାଇବ । ସହଯୋଗ ମିଳିବାରେ ବ୍ୟାଘାତ ଘଟିପାରେ । ଆୟ ସାମାନ୍ୟ କମ୍ ହେବ ।
କୁମ୍ଭ: ଆପଣଙ୍କର ଆଜି କାର୍ଯ୍ୟ ସଫଳ ହେବ । ବନ୍ଧୁମାନେ ସହଯୋଗ କରିବେ । ଆୟ ଉତ୍ତମ ହେବ ।
ମୀନ: ପରାଧୀନ ରହିବାର ଯୋଗ ରହିଛି । ମନରେ ବ୍ୟାକୁଳତା ଦେଖାଦେଇପାରେ । ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ ।

ମତାମତ ଦିଅନ୍ତୁ ।