ରସିକପଣ ପାଇଁ ପତ୍ନୀଙ୍କଠାରୁ ଉତ୍ତମ ମଧ୍ୟମ ଖାଇ ସ୍ୱାମୀ ଭିତରକୁ ଗଲେ

ସାଲେପୁର : ରସିକପଣ ପାଇଁ ସ୍ଵାମୀଙ୍କୁ ଉତ୍ତମ ମଧ୍ୟମ ଦେଇ ଥାନାରେ ଭର୍ତ୍ତି କରିଛନ୍ତି ପତ୍ନୀ। ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସେଇ ମଉଜ କରୁଥିବା ଲୋକଙ୍କ ହାତରେ ଧରାପଡିଥିଲେ ରସିକପ୍ରବର। ତାପରେ ପତ୍ନୀ ପହଞ୍ଚି ପେଟେଣ୍ଟ ମେଡ଼ିସିନ ଦେବା ଘଟଣା ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ରସିକ ସ୍ଵାମୀ ଗଗନ ପ୍ରଧାନଙ୍କ ଘର କେନ୍ଦ୍ରାପଡା ବାରୁଅ ଅଞ୍ଚଳର। ଦେଢ଼ବର୍ଷ ତଳେ ସେ ପ୍ରେମ ବିବାହ କରିଥିଲେ। ଏବେ ଅନ୍ୟ ଜଣେ ଯୁବତୀଙ୍କ ସହ ଧରା ପଡିଛନ୍ତି। କୁହାଯାଉଛି ଏହି ଯୁବତୀ ତାଙ୍କ ଦ୍ଵିତୀୟ ପତ୍ନୀ। କିନ୍ତୁ ଗଗନଙ୍କ ପ୍ରଥମ ପତ୍ନୀଙ୍କ ଅଭିଯୋଗ ଗଗନ ଯୁବତୀଙ୍କୁ ପ୍ରେମ ଜାଲରେ ଫସେଇ ତା’ ଜୀବନ ନଷ୍ଟ କରିଛନ୍ତି। ସେ କହିଛନ୍ତି ଗଗନଙ୍କୁ ନୋଟାରିରେ ବିବାହ କରିଛନ୍ତି। ଛାଡ଼ପତ୍ର ନଦେଇ ଯୁବତୀଙ୍କୁ ପତ୍ନୀ ବୋଲି କହୁଛନ୍ତି ଗଗନ। ସମ୍ପୃକ୍ତ ଯୁବତୀ କହିଛନ୍ତି ଗଗନ ପୂର୍ବରୁ ବିବାହ କରିଥିବା ସେ ଜାଣିନଥିଲେ। ଏବେ ଘଟଣାର ପୋଲିସ ତଦନ୍ତ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button