ରାଶିଫଳ (ବୁଧବାର)

ମାର୍ଗଶିର (ବିଛା) ୩ ଦିନ ନଭେମ୍ବର ୧୮ ତାରିଖ ୨୦୨୦
ମେଷ – କର୍ମଚଞ୍ଚଳ ରହିବେ। ପାରିବାରିକ ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
ବୃଷ – ସୁଖହାନୀ ଘଟିପାରେ। ସୂର୍ଯ୍ୟଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
ମିଥୁନ – ସୁଖ ସଂଭୋଗ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
କର୍କଟ – ଦୁଃସାହସିକ କାର୍ଯ୍ୟ କରିବେ। ସହଯୋଗ ମିଳିବ। ଆୟ ଠିକ ରହିବ।
ସିଂହ – କୌଣସି ଆଲୋଚନାରେ ଭାଗ ନେଇ ପାରନ୍ତି। ବନ୍ଧୁ ସହଯୋଗ କରିବେ। ଶାରୀରିକ ସୁସ୍ଥତା ମିଳିବ।
କନ୍ୟା – ବାଦବିବାଦ ଭିତରେ ଦିନଟି କଟିପାରେ। ମନ ଅସନ୍ତୋଷ ରହିବ। ଆୟ ସ୍ଥିର ରହିବ।
ତୁଳା – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ।
ବିଛା – କାର୍ଯ୍ୟରେ ବିଳମ୍ବ ଘଟିବ। ମନ ବିଚଳିତ ହୋଇପାରେ। ଆୟ ଠିକ ରହିବ।
ଧନୁ – ସୁଖସନ୍ତୋଷ ପ୍ରାପ୍ତି ହେବ। ଦିନଟି ଭଲରେ କଟିପାରେ।
ମକର – ପଥରୋଧ ଘଟିପାରେ। ଶନିଦେବଙ୍କର ଉପାସନା କରନ୍ତୁ ଲାଘବ ହେବ।
କୁମ୍ଭ – ଆପଣଙ୍କର ଆଜି ଘାତଚନ୍ଦ୍ର ରହିଛି। ମାତା କାଳୀଙ୍କର ଉପାସନା କରନ୍ତୁ।
ମୀନ – ସମ୍ମାନ ପ୍ରାପ୍ତି ହେବ। ସହଯୋଗ ମିଳିବ। ଆୟ ଭଲ ହେବାର ସମ୍ଭାବନା ରହିଛି।

ମତାମତ ଦିଅନ୍ତୁ ।