ରାଶିଫଳ (ଗୁରୁବାର)

ମାର୍ଗଶିର (ବିଛା) ୪ ଦିନ, ନାଭେମ୍ବର ୧୯ ତାରିଖ ୨୦୨୦
ମେଷ- ଆଜି ଆପଣ ଠିକ ଭାବେ କର୍ତ୍ତବ୍ୟ ପାଳନ କରିବେ। ମାନସିକ ଶାନ୍ତି ମିଳିବ। ଶରୀର ସୁସ୍ଥ ରହିବ।
ବୃଷ – ସେବା ଓ ପୂଜାରେ କିଛି ସମୟ କଟିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ। ଆୟ ଠିକ ରହିବ।
ମିଥୁନ – ଶାରୀରିକ ପୀଡା ଅନୁଭବ କରିବେ। ନୂତନ ଦ୍ରବ୍ୟ କ୍ରୟ କରିବାର ଯୋଜନା କରିପାରନ୍ତି। ମାନସିକ ଶାନ୍ତି ଅନୁଭବ କରିବେ।
କର୍କଟ – ବନ୍ଧୁ ମିଳନ ଯୋଗ ରହିଛି। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ଆୟ ଠିକ ରହିବାର ସମ୍ଭାବନା ଅଛି।
ସିଂହ – ଶତ୍ରୁ ବୃଦ୍ଧି ଘଟିପାରେ। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
କନ୍ୟା – ପରାମର୍ଶ କରି କାର୍ଯ୍ୟ କରନ୍ତୁ ସୁଫଳ ମିଳିବ। ହୃତଦ୍ରବ୍ୟ ଫେରି ପାଇପାରନ୍ତି। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ତୁଳା – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ଭଗବାନ ବିଷ୍ଣୁଙ୍କର ଉପାସନା କରନ୍ତୁ ଲାଘବ ହେବ।
ବିଛା – ପରିଶ୍ରମ ଅଧିକ ହେବ। ଶରୀର ସୁସ୍ଥ ରହିବ। ଆୟ ଭଲ ହେବାର ସମ୍ଭାବନା ଅଛି।
ଧନୁ – ଆଶାବାଦୀ ହେବେ। ମନ ସ୍ଥିର ରହିବ। ବନ୍ଧୁ ସହଯୋଗ ପ୍ରାପ୍ତି ହେବ।
ମକର – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।
କୁମ୍ଭ – ବ୍ୟୟ ବୃଦ୍ଧି ଘଟିବାର ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ମୀନ – ପ୍ରଶଂସିତ ହେବେ। ଶରୀର ସୁସ୍ଥ ରହିବ। ମିଷ୍ଠାନ୍ନ ପ୍ରାପ୍ତି ହୋଇପାରେ।

ମତାମତ ଦିଅନ୍ତୁ ।