ରାଶିଫଳ (ଗୁରୁବାର)

ଚୈତ୍ର (ମୀନ) ୧୯ ଦିନ, ଅପ୍ରେଲ ୧ ତାରିଖ ୨୦୨୧
ମେଷ – ସୁଖହାନୀ ଘଟିପାରେ। ମାନସିକ ଅସନ୍ତୋଷ ରହିବ। ମାତା ଦୂର୍ଗାଙ୍କର ଉପସନା କରନ୍ତୁ ଲାଘବ ହେବ।
ବୃଷ – ପ୍ରୀତିଲାଭ ଯୋଗ ରହିଛି। ମନ ପ୍ରଫୁଲ୍ଲ ରହିବ। ଦିନଟି ପ୍ରାୟ ଭଲରେ କଟିବ।
ମିଥୁନ – ଈର୍ଷାଭାବ ଜାଗ୍ରତ ହେବ। ମନ ଆନ୍ଦୋଳିତ ହେବ। ଆୟ ଠିକ ରହିବ।
କର୍କଟ – କାର୍ଯ୍ୟରେ ବାଧା ଉପୁଜିପାରେ। ସହଯୋଗ କମ ମିଳିବ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ସିଂହ – ଦୃଢ ସଂକଲ୍ପ ନେଇ କାର୍ଯ୍ୟ କରିବେ। ପୁରାତନ ବନ୍ଧୁ ସହଯୋଗ କରିପାରନ୍ତି। ଶରୀର ସୁସ୍ଥ ରହିବ।
କନ୍ୟା – ପରାଧୀନ ରହି କାର୍ଯ୍ୟ କରିବେ। ଆୟ ଠିକ ରହିବ। ନୂତନ ଯୋଜନା ହାତକୁ ନେଇପାରନ୍ତି।
ତୁଳା – ଆଶାବାଦୀ ହେବେ। ମାନସିକ ଶାନ୍ତି ମିଳିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ବିଛା – ସ୍ଵାଧୀନ ଚିନ୍ତା ପୋଷଣ କରିବେ। ସମ୍ମାନିତ ହୋଇପାରନ୍ତି। ଯାତ୍ରା ସଫଳ ହେବ।
ଧନୁ – ଅର୍ଥବ୍ୟୟ ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ମକର – ଆୟ ଯୋଗ ରହିଛି। ଆଳସ୍ୟ ବର୍ଜନ କରନ୍ତୁ। କର୍ମ ତତ୍ପର ହୁଅନ୍ତୁ।
କୁମ୍ଭ – କାର୍ଯ୍ୟ ସଫଳ ହେବ। ମନ ପ୍ରଫୁଲ୍ଲ ରହିବ। ଗୁରୁଜନଙ୍କ ଆର୍ଶୀବାଦ ପ୍ରାପ୍ତି ହେବ।
ମୀନ – ସମାଜ ସେବା ପ୍ରତି ଆଗ୍ରହୀ ହେବେ। ଅନୁରୋଧ ରକ୍ଷାକରି ପ୍ରଶଂସିତ ହୋଇପାରନ୍ତି। ପଡୋଶୀଙ୍କ ଦ୍ଵାରା ଉତ୍ସାହିତ ହେବେ।

Leave a Reply

Your email address will not be published. Required fields are marked *

Back to top button