ରାଶିଫଳ (ମଙ୍ଗଳବାର)

0

ଚୈତ୍ର (ମୀନ) ୩୧ ଦିନ, ଏପ୍ରିଲ ୧୩ ତାରିଖ ୨୦୨୧
ମେଷ – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ହନୁମାନଚାଳିଶା ପାଠ କରନ୍ତୁ।
ବୃଷ – ପଥରୋଧ ଘଟିବାର ଯୋଗ ରହିଛି। ମନ ଅସନ୍ତୋଷ ରହିବ। ଆୟ ସ୍ଥିର ରହିବ।
ମିଥୁନ – ଆୟ ଭଲ ହେବାର ଯୋଗ ରହିଛି। ଆଳସ୍ୟ ବର୍ଜନ କରି କର୍ମତତ୍ପର ହୁଅନ୍ତୁ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
କର୍କଟ – ସୁଖସନ୍ତୋଷ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ସିଂହ – ସତସଙ୍ଗ ଲାଭ କରିବେ। ମାନସିକ ଶାନ୍ତି ମିଳିବ। ଗୁରୁଜନଙ୍କ ଆର୍ଶୀବାଦ ପ୍ରାପ୍ତିହେବ।
କନ୍ୟା – ଧନକ୍ଷୟ ଯୋଗ ରହିଛି । ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ତୁଳା – ଆନନ୍ଦ ଉତ୍ସବରେ ଦିନଟି କଟିବ। ବନ୍ଧୁ ଦର୍ଶନ ହୋଇପାରେ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହେବ।
ବିଛା – ବାଦବିବାଦ ଭିତରେ ଦିନଟି କଟିବ। ଆୟ ଠିକ ରହିବ। ପାରିବାରିକ ସହଯୋଗ ମିଳିବ।
ଧନୁ – ମନର ଉଦବେଗ ବୃଦ୍ଧି ହେବ। ଆୟ ଭଲ ହୋଇପାରେ। ପଡୋଶୀଙ୍କ ସହଯୋଗ ମିଳିବ।
ମକର – ସୁଖ ଓ ଦୁଃଖ ଉଭୟ ପ୍ରାପ୍ତି ହେବ। ଶରୀର ସୁସ୍ଥ ରହିବ। ଦୂରଯାତ୍ରା କରିପାରନ୍ତି।
କୁମ୍ଭ – ଉଚ୍ଚ ସମ୍ମାନ ମିଳିବ। ମନ ପ୍ରଫୁଲ୍ଲ ରହିବ। ଦାନଧର୍ମ ପ୍ରତି ଆଗ୍ରହ ବଢିବ।
ମୀନ – କାର୍ଯ୍ୟରେ ବଲମ୍ବ ଘଟିବ। ପୁରାତନ ବନ୍ଧୁ ସହଯୋଗ କରିବେ। ଆୟ ଠିକ ରହିବ।

Leave A Reply

Your email address will not be published.