ରାଶିଫଳ (ରବିବାର)

ମାର୍ଗଶିର (ବିଛା) ୭ ଦିନ, ନଭେମ୍ବର ୨୨ ତାରିଖ ୨୦୨୦
ମେଷ – ଧନଲାଭ ଯୋଗ ରହିଛି। ଆଳସ୍ୟ ବର୍ଜନ କରି କର୍ମତତ୍ପର ହୁଅନ୍ତୁ।
ବୃଷ – ସୁଖ ଓ ସମ୍ମାନ ପ୍ରାପ୍ତି ହେବ। ଆୟ ଭଲ ହେବ ଶରୀର ସୁସ୍ଥ ରହିବ।
ମିଥୁନ – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ ମାତା ଦୂର୍ଗାଙ୍କର ଉପାସନା କରନ୍ତୁ।
କର୍କଟ – ଶାରୀରିକ ପୀଡା ଦେଖାଦେଇପାରେ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
ସିଂହ – ସୁଖ ଓ ସନ୍ତୋଷ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
କନ୍ୟା – ଅହଂକାର ବୃଦ୍ଧି ଘଟିବ। ଆୟ କମ ହୋଇପାରେ। ସହଯୋଗ ମିଳିବ।
ତୁଳା – ଚିନ୍ତାଗ୍ରସ୍ତ ହେବେ। ମନ ଆନ୍ଦୋଳିତ ହୋଇପାରେ। ଆୟ ଠିକ ରହିବାର ସମ୍ଭାବନା ଅଛି।
ବିଛା – କାର୍ଯ୍ୟରେ ବିରୋଧ ଘଟିବ। ବନ୍ଧୁ ସହଯୋଗ ପ୍ରାପ୍ତି ହେବ। ଶରୀର ସୁସ୍ଥ ରହିବ।
ଧନୁ – ଶ୍ରମବହୁଳ ଜୀବନ ବିତାଇବେ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବ।
ମକର – ଆଶାବାଦୀ ହେବେ। ଆୟ ଭଲ ହୋଇପାରେ। ନୂତନ ଦ୍ରବ୍ୟ କ୍ରୟ କରିବାର ଯୋଜନା କରିବେ।
କୁମ୍ଭ – ଶ୍ରୀଚନ୍ଦ୍ର ରହିଛି। ସର୍ବ କୁଶଳ ଅନୁଭୂତ ହେବ।
ମୀନ – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ମାତା କାଳୀଙ୍କର ଉପାସନା କରନ୍ତୁ।

ମତାମତ ଦିଅନ୍ତୁ ।