ରାଶିଫଳ (ରବିବାର)

ଭାଦ୍ର (ସିଂହ) ୨୮ ଦିନ ସେପ୍ଟେମ୍ବର ୧୩ ତାରିଖ ୨୦୨୦
ମେଷ – ଆଜିର ଦିନଟି ବାଦାନୁବାଦ ଭିତରେ କଟିବ। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବ।
ବୃଷ – କଠିନ ପରିଶ୍ରମ କରିବାକୁ ପଡିପାରେ। ମାନସିକ ଶାନ୍ତି ଅନୁଭବ କରିବେ। ସହଯୋଗ ମିଳିବ।
ମିଥୁନ – ପରାଧୀନ ରହିବାର ଯୋଗ ରହିଛି। ମନ ସାମାନ୍ୟ ମାତ୍ରାରେ ଆନ୍ଦୋଳିତ ହୋଇପାରେ। ଆୟ ଠିକ ରହିବାର ସମ୍ଭାବନା ରହିଛି।
କର୍କଟ – ଶ୍ରୀଚନ୍ଦ୍ର ରହିଛି। ସର୍ବକୁଶଳ ଅନୁଭୁତ ହେବ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
ସିଂହ – ବ୍ୟୟ ଯୋଗ ରହିଛି। ସତର୍କର ସହ ଖର୍ଚ୍ଚ କରନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
କନ୍ୟା – ଆୟ କମ ହୋଇପାରେ। ଶରୀର ସୁସ୍ଥ ରହିବ। କିଛି ମାତ୍ରାରେ ମାନସିକ ଅଶାନ୍ତି ଉପଲବ୍ଧ ହେବ।
ତୁଳା – ଉଦାରଭାବ ପ୍ରଦର୍ଶନ କରିବେ। ବନ୍ଧୁ ସହଯୋଗ କରିପାରନ୍ତି। ଦେହ ସୁସ୍ଥ ରହିବାର ସମ୍ଭାବନା ରହିଛି।
ବିଛା – ସେବା ପୂଜା ପ୍ରତି ଆଗ୍ରହ ବଢିବ। ନୂତନ ଚିନ୍ତାଧାରା ଜାଗ୍ରତ ହେବ। ମାନସିକ ଶାନ୍ତି ମିଳିବ।
ଧନୁ – ଉପବାସ ଯୋଗ ରହିଛି। ସୂର୍ଯ୍ୟଦେବଙ୍କୁ ଉପାସନା କରନ୍ତୁ ଲାଘବ ହେବ।
ମକର – ବନ୍ଧୁ ମିଳନ ଯୋଗ ରହିଛି। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ଦିନଟି ମଧ୍ୟମ ଫଳ ଦାୟକ ହେବାର ସମ୍ଭାବନା ଅଛି।
କୁମ୍ଭ – ଶତ୍ରୁ ଭୟ ଦେଖାଦେଇ ପାରେ। ସହଯୋଗ କମ ମିଳିବାର ସମ୍ଭାବନା ଅଛି। ଭଗବାନ ଶିବଙ୍କର ଉପାସନା କରନ୍ତୁ।
ମୀନ – ଗୁରୁତ୍ଵପୂର୍ଣ୍ଣ ପରାମର୍ଶ କରିପାରନ୍ତି। ନୂତନ ଯୋଜନା ହାତକୁ ନେବେ। ପାରିବାରିକ ସହଯୋଗ ମିଳିବ।

ମତାମତ ଦିଅନ୍ତୁ ।