ରାଶିଫଳ (ରବିବାର)

ବୈଶାଖ (ମେଷ) ୧୯ ଦିନ, ମଇ ୨ ତାରିଖ ୨୦୨୧
ମେଷ – କୌଣସି ଆଲୋଚନାରେ ଅଂଶ ଗ୍ରହଣ କରିପାରନ୍ତି। ଶରୀରୀ ସୁସ୍ଥତା ଅନୁଭବ କରିବେ। ଆୟ ଠିକ ରହିବାର ସମ୍ଭାବନା ଅଛି।
ବୃଷ – ମନ ଆନ୍ଦୋଳିତ ହେବ। ବ୍ୟବସାୟ ମନ୍ଦ ରହିବ। ସୁଖହାନୀ ଘଟିବାର ଯୋଗ ରହିଛି।
ମିଥୁନ – ସୌଜନ୍ୟତା ବୃଦ୍ଧି ଘଟିବ। ପଡୋଶୀଙ୍କ ସହଯୋଗ ପ୍ରାପ୍ତି ହେବ। ଆୟ ଠିକ ରହିବ।
କର୍କଟ – ଆତ୍ମଗୋପନ କରିପାରନ୍ତି। ଭୟଭୀତ ହେବେ। ମାତା କାଳୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ସିଂହ – ନୀରବ ଭାବ ପ୍ରଦର୍ଶନ କରିବେ। କାର୍ଯ୍ୟକ୍ଷେତ୍ରରେ ସହଯୋଗ ପ୍ରାପ୍ତି ହେବ। ମାନସିକ ଶାନ୍ତି ମିଳିବ।
କନ୍ୟା – ମାନ ଅଭିମାନ ଭିତରେ ଦିନଟି କଟିବ। ଆୟ ସ୍ଥିର ରହିବ। ବନ୍ଧୁଙ୍କ ଦ୍ଵାରା ଉପକୃତ ହେବେ।
ତୁଳା – ମାନସିକ ଅଶାନ୍ତି ଦେଖାଦେଇପାରେ। ମର୍ଯ୍ୟାଦା ହାନୀ ଘଟିବାର ଯୋଗ ରହିଛି। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
ବିଛା – ଆଦର ସମ୍ମାନ ପ୍ରାପ୍ତି ହେବ। ମାନ ପ୍ରଫୁଲ୍ଲ ରହିବ। ବ୍ୟବସାୟରେ ଲାଭବାନ ହୋଇପାରନ୍ତି।
ଧନୁ – ଶ୍ରୀଚନ୍ଦ୍ର ରହିଛି। ସବୁ ଦିଗରୁ ସୁଫଳ ପ୍ରାପ୍ତି ହେବ। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।
ମକର – ବ୍ୟୟ ଯୋଗ ରହିଛି। ସତର୍କର ସହ ଖର୍ଚ୍ଚ କରନ୍ତୁ। ମାତା ଲକ୍ଷ୍ମୀଙ୍କୁ ଧ୍ୟାନ କରନ୍ତୁ।
କୁମ୍ଭ – ଆୟ ଯୋଗ ରହିଛି। ଆଳସ୍ୟ ବର୍ଜନ କରି କର୍ମ ତତ୍ପର ହୁଅନ୍ତି। କୌଣସି ପୁରାତନ ବନ୍ଧୁଙ୍କ ଦ୍ଵାରା ଉପକୃତ ହୋଇପାରନ୍ତି।
ମୀନ – ଦିନଟି କର୍ମ ଚଞ୍ଚଳତା ଭିତରେ କଟିବ। ଉପବାସ ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।

Leave a Reply

Your email address will not be published. Required fields are marked *

Back to top button