ରାଶିଫଳ (ରବିବାର)

ଫାଲଗୁନ (କୁମ୍ଭ) ୨୩ ଦିନ, ମାର୍ଚ୍ଚ ୭ ତାରିଖ – ୨୦୨୧
ମେଷ – ଶାରୀରିକ ପୀଡା ଅନୁଭୂତ ହେବ। ମନ ଆନ୍ଦୋଳିତ ହୋଇପାରେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ବୃଷ – ଆମୋଦ ପ୍ରମୋଦ ଭିତରେ ଦିନଟି କଟିବ। ଦିନଟି ମଧ୍ୟମ ଫଳ ଦାୟକ ହୋଇପାରେ।
ମିଥୁନ – ଦୁଃସାହସିକ କାର୍ଯ୍ୟ କରିବେ। ପ୍ରଶଂସିତ ହୋଇପାରନ୍ତି। ଆୟ ଠିକ ରହିବ।
କର୍କଟ – କୌଣସି ଆଲୋଚନାରେ ଅଂଶ ଗ୍ରହଣ କରିବେ। ବନ୍ଧୁ ସହଯୋଗ ମିଳିବ। ମନ ପ୍ରଫୁଲ୍ଲ ରହିବ।
ସିଂହ – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ।
କନ୍ୟା – ନିଷ୍ଠାର ସହ କାର୍ଯ୍ୟ କରିବେ। ଆୟ ଭଲ ହୋଇପାରେ। ଯାତ୍ରା ସଫଳ ହେବାର ସମ୍ଭାବନା ଅଛି।
ତୁଳା – ଦ୍ଵନ୍ଦରେ ପଡ଼ିପାରନ୍ତି। ମାନସିକ ଚିନ୍ତା ବୃଦ୍ଧି ହେବ। ସହଯୋଗ ମିଳିବ।
ବିଛା – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
ଧନୁ – ଆବଦ୍ଧ ଯୋଗ ରହିଛି। ସହଯୋଗ ମିଳିବାରେ ବାଧା ଉପୁଜିପାରେ। ମାନସିକ ଅସନ୍ତୋଷ ଲାଗି ରହିବ।
ମକର – ଦ୍ରବ୍ୟଲାଭ ଯୋଗ ରହିଛି। ପାରିବାରିକ ସହଯୋଗ ମିଳିବ। ମାନସିକ ଶାନ୍ତି ଅନୁଭବ କରିବେ।
କୁମ୍ଭ – କାର୍ଯ୍ୟ ସଫଳ ହେବ। ମନ ପ୍ରଫୁଲ୍ଲ ରହିବ। ଆୟ ଭଲ ହୋଇପାରେ।
ମୀନ – ଲୋକସମ୍ପର୍କ ବୃଦ୍ଧି ହେବ। ଶରୀର ସୁସ୍ଥ ରହିବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।

Leave a Reply

Your email address will not be published. Required fields are marked *

Back to top button