ରାଶିଫଳ (ଶନିବାର)

ଚୈତ୍ର (ମୀନ) ୨୧ ଦିନ, ଅପ୍ରେଲ ୩ ତାରିଖ ୨୦୨୧
ମେଷ – ସାହାଯ୍ୟ ବୃଦ୍ଧି ଘଟିବ। ମାନସିକ ଶାନ୍ତି ମିଳିବ। ଆୟ ଠିକ ରହିବ।
ବୃଷ – ଶାରୀରିକ ଅସୁସ୍ଥତା ଦେଖାଦେବ। ମନ ଆନ୍ଦୋଳିତ ହୋଇପାରେ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ମିଥୁନ – ବନ୍ଧୁ ମିଳନ ଯୋଗ ରହିଛି। ମିଷ୍ଟାନ୍ନ ପ୍ରାପ୍ତି ହୋଇପାରେ। ଯାତ୍ରା ସଫଳ ହେବ।
କର୍କଟ – କ୍ରୋଧ ବୃଦ୍ଧି ହେବ। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ଆୟ ସ୍ଥିର ରହିବ।
ସିଂହ – ଚିନ୍ତାଗ୍ରସ୍ତ ହେବେ। ମନ ଅସନ୍ତୋଷ ରହିବ। ଶରୀର ସୁସ୍ଥ ରହିବ।
କନ୍ୟା – ବିବାଦଗ୍ରସ୍ତ ହୋଇପାରନ୍ତି। ସହଯୋ କମ ମିଳିବ। ବନ୍ଧୁ ପ୍ରତାରଣା କରିବେ।
ତୁଳା – ଦୁର୍ଘଟଣା ଯୋଗ ରହିଛି। ସତର୍କ ରୁହନ୍ତୁ। ମାତା ଦୁର୍ଗାଙ୍କର ଉପାସନା କରନ୍ତୁ।
ବିଛା – ପରାଧୀନ ହୋଇ କାର୍ଯ୍ୟ କରିବେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ। ଆୟ ଠିକ ରହିବ।
ଧନୁ – ସୁଖ ସମ୍ମାନ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମକର – ପଥରୋଧ ଘଟିପାରେ। ପଡୋଶୀଙ୍କ ସହଯୋଗ ମିଳିବ। ଆୟ ମଧ୍ୟମ ହେବ।
କୁମ୍ଭ – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ଆୟ ଭଲ ହୋଇପାରେ।
ମୀନ – ଅଧିକ ପରିଶ୍ରମ କରିବେ। ସାମାନ୍ୟ ଅସୁସ୍ଥତା ଦେଖାଦେଇପାରେ। ହଜିଯାଇଥିବା ଦ୍ରବ୍ୟ ମିଳିବାର ଯୋଗ ରହିଛି।

Leave a Reply

Your email address will not be published. Required fields are marked *

Back to top button