ରାଶିଫଳ (ଶନିବାର)

ଚୈତ୍ର (ମୀନ) ୨୮ଦିନ, ଏପ୍ରିଲ ୧୦ ତାରିଖ ୨୦୨୧
ମେଷ – ପଥରୋଧ ଘଟିବାର ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ବୃଷ – ମାନସିକ ଉତ୍ସାହ ବୃଦ୍ଧି ହେବ। ଧନପ୍ରାପ୍ତି ହୋଇପାରେ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ମିଥୁନ – କାର୍ଯ୍ୟ ସଫଳ ଯୋଗ ରହିଛି। ଆଳସ୍ୟ ବର୍ଜନ କରନ୍ତୁ। ପଡୋଶୀଙ୍କ ସହଯୋଗ ପ୍ରାପ୍ତି ହେବ।
କର୍କଟ – ଭ୍ରମଣ ଯୋଗ ରହିଛି। ମନ ପ୍ରଫୁଲ୍ଲ ରହିବ। ଆୟ ଠିକ ରହବ।
ସିଂହ – ଶାରୀରିକ କଷ୍ଟ ଅନୁଭବ କରିବେ। ମନ ଆନ୍ଦୋଳିତ ହେବ। ଦ୍ରବ୍ୟ ନଷ୍ଟ ହୋଇପାରେ।
କନ୍ୟା – ବନ୍ଧୁ ମିଳନ ଯୋଗ ରହିଛି। ସୁଖାଦ୍ୟ ଭୋଜନ ପ୍ରାପ୍ତି ହେବ। ସହଯୋଗ ମିଳିବ।
ତୁଳା – ଦୁଃସାହସିକ କାର୍ଯ୍ୟ କରିବେ। ପ୍ରଶଂସିତ ହୋଇପାରନ୍ତି। ବ୍ୟବସାୟରେ ଲାଭବାନ ହେବେ।
ବିଛା – ମନର ଉଦବେଗ ବୃଦ୍ଧି ହେବ। ନୂତନ କାର୍ଯ୍ୟ ହାତକୁ ନେବେ। ଉପରିସ୍ଥ କର୍ମଚାରୀ ସହଯୋଗ କରିବେ।
ଧନୁ – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ଭଗବାନ ଶିବଙ୍କର ଉପାସନା କରନ୍ତୁ।
ମକର – ପରିଶ୍ରମ ଅଧିକ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଆୟ ଠିକ ରହିବାର ସମ୍ଭାବନା ଅଛି।
କୁମ୍ଭ – ଆଶାବାଦୀ ହେବେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।
ମୀନ – ଶ୍ରୀଚନ୍ଦ୍ର ରହିଛି। ସର୍ବକୁଶଳ ଅନୁଭୂତ ହେବ। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।

Leave a Reply

Your email address will not be published. Required fields are marked *

Back to top button