ରାଶିଫଳ (ଶନିବାର)

କାର୍ତ୍ତିକ (ତୁଳା) ୧ ଦିନ ଅକ୍ଟୋବର ୧୭ ତାରିଖ ୨୦୨୦
ମେଷ – ବନ୍ଧୁ ମିଳନ ଯୋଗ ରହିଛି। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ।
ବୃଷ – ମାନହାନୀ ଘଟିବାର ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ।
ମିଥୁନ – ପରଚର୍ଚ୍ଚା କରିପାରନ୍ତି। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବ।
କର୍କଟ – କଳହ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ବୃନ୍ଦାବତୀଙ୍କର ଉପାସନା କରନ୍ତୁ।
ସିଂହ – ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
କନ୍ୟା – ଆଶାବାଦୀ ହେବେ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ତୁଳା – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳଦାୟକ ହୋଇପାରେ।
ବିଛା – ପଥରୋଧ ଘଟିପାରେ। ସହଯୋଗ ପ୍ରାପ୍ତିରେ ବାଧା ଉପୁଜିବ। ଶରୀର ସୁସ୍ଥ ରହିବ।
ଧନୁ – ଆୟ ବୃଦ୍ଧି ହେବ। ସହଯୋଗ ମିଳିବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମକର – ଶାରୀରିକ ପୀଡା ଅନୁଭବ କରିବେ। ପାରିବାରିକ ସହଯୋଗ ମିଳିବ। ଆୟ ଠିକ ରହିବାର ସମ୍ଭାବନା ଅଛି।
କୁମ୍ଭ – ସେବା ପୂଜା ପ୍ରତି ଆଗ୍ରହ ବଢିବ। ପରୋପକାର କରିପାରନ୍ତି। ମାନସିକ ଶାନ୍ତି ମିଳିବ।
ମୀନ – ଶରୀର ଅସୁସ୍ଥ ରହିପାରେ। ନିଜର ଯତ୍ନ ନିଅନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ।

ମତାମତ ଦିଅନ୍ତୁ ।