ରାଶିଫଳ (ଶୁକ୍ରବାର)

ଚୈତ୍ର (ମୀନ) ୧୩ ଦିନ, ମାର୍ଚ୍ଚ ୨୬ ତାରିଖ ୨୦୨୧
ମେଷ – ମାନ ଅଭିମାନ ଲାଗି ରହିବ। ମନ ଆନ୍ଦୋଳିତ ହେବ। ଆୟ ଠିକ ରହିବ।
ବୃଷ – ନେତୃତ୍ଵ ଲାଭ ହେବ। ବନ୍ଧୁ ସହଯୋଗ କରିବେ। ଶରୀର ସୁସ୍ଥ ରହିବ।
ମିଥୁନ – ପ୍ରତୀକ୍ଷା ପାଇଁ କଷ୍ଟ ଅନୁଭବ କରିବେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
କର୍କଟ – ସୁଖ ସମ୍ମାନ ଲାଭ ହେବ। ଆୟ ଭଲ ହୋଇପାରେ। ଦିନଟି ଭଲରେ କଟିବାର ଯୋଗ ରହିଛି।
ସିଂହ – କାର୍ଯ୍ୟହାନୀ ଘଟିପାରେ। ମନ ଅସନ୍ତୋଷ ରହିବ। ହନୁମାନ ଚାଳିଶା ପାଠ କରନ୍ତୁ ଲାଘବ ହେବ।
କନ୍ୟା – ଆୟ ଭଲ ହେବାର ଯୋଗ ରହିଛି। ପଡୋଶିଙ୍କ ସହଯୋଗ ମିଳିବ। ମନ ପ୍ରଫୁଲ୍ଲ ରହିବ।
ତୂଳା – କାର୍ଯ୍ୟସିଦ୍ଧି ହେବ। ଆୟ ଭଲ ହୋଇପାରେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ବିଛା – ଭକ୍ତିଭାବ ଜାଗ୍ରତ ହେବ। ସାଧୁଙ୍କ ଆର୍ଶୀବାଦ ପ୍ରାପ୍ତି ହୋଇପାରେ। ଯାତ୍ରା ସଫଳ ହେବ।
ଧନୁ – ଧନକ୍ଷୟ ଘଟିପାରେ। ସତର୍କ ରୁହନ୍ତୁ ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ମକର – ପ୍ରିୟାପ୍ରୀତି ତୋଷଣରେ ଲିପ୍ତ ରହିବେ। ଆୟ ସ୍ଥିର ରହିବ। ସାମାନ୍ୟ ଅସୁସ୍ଥ ଅନୁଭବ କରିବେ।
କୁମ୍ଭ – ଇର୍ଷାପରାୟଣ ହୋଇପାରନ୍ତି। ସହଯୋଗ କମ ମିଳିବ। ନୂତନ ଦ୍ରବ୍ୟ ପ୍ରାପ୍ତି ହୋଇପାରେ।
ମୀନ – ଆଲୋଚନା କରି କାର୍ଯ୍ୟ କରିବେ। ବନ୍ଧୁ ଦର୍ଶନ ହୋଇପାରେ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହେବ।

Leave a Reply

Your email address will not be published. Required fields are marked *

Back to top button