ରାଶିଫଳ (ଶୁକ୍ରବାର)

ଆଶ୍ଵିନ (କନ୍ୟା) ୧୬ ଦିନ ଅକ୍ଟୋବର ୨ ତାରିଖ ୨୦୨୦
ମେଷ – ବାଦବିବାଦ ଭିତରେ ଦିନଟି କଟିପାରେ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଆୟ ଠିକ ରହିବ।
ବୃଷ – ଦ୍ରବ୍ୟଲାଭ ଯୋଗ ରହିଛି। ସହଯୋଗ ମିଳିବ। ଆୟ ଭଲ ହୋଇପାରେ।
ମିଥୁନ – ସମ୍ମାନ ଲାଭହେବ। ବନ୍ଧୁ ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
କର୍କଟ – ଦାନଧର୍ମ ପ୍ରତି ମନ ବଳାଇବେ। ମାନସିକ ଶାନ୍ତି ମିଳିବ। ନୂତନ ଦ୍ରବ୍ୟ କ୍ରୟ କରିବାର ଯୋଜନା କରିବେ।
ସିଂହ – ସୁଖହାନୀ ଘଟିପାରେ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
କନ୍ୟା – ଆମୋଦ ପ୍ରମୋଦ ଭିତରେ ଦିନଟି କଟିବ। ପାରିବାରିକ ସହଯୋଗ ମିଳିବ। ଶରୀର ସୁସ୍ଥ ରହିବ।
ତୁଳା – ଅହଂକାର ବୃଦ୍ଧି ଘଟିବ। ସମାଲୋଚିତ ହୋଇପାରନ୍ତି। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ବିଛା – ଚିନ୍ତାଗ୍ରସ୍ତ ହେବେ। ଅଯଥା ଖର୍ଚ୍ଚ କରିପାରନ୍ତି। ସାମାନ୍ୟ ମାନସିକ ଅଶାନ୍ତି ଦେଖାଦେଇପାରେ।
ଧନୁ – ଦ୍ରବ୍ୟ ନଷ୍ଟ ଯୋଗ ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
ମକର – କାର୍ଯ୍ୟସିଦ୍ଧି ଯୋଗ ରହିଛି। କର୍ମତତ୍ପର ହୁଅନ୍ତୁ। ପାରିବାରିକ ସହଯୋଗ ପ୍ରାପ୍ତି ହୋଇପାରେ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
କୁମ୍ଭ – ଆଶାବାଦୀ ହେବେ। ଶରୀର ସୁସ୍ଥ ରହିବ। ଆୟ ଠିକ ରହିବ।
ମୀନ – ସ୍ଵାଧୀନ ଭାବରେ କାର୍ଯ୍ୟ କରିବେ। ନୂତନ ବନ୍ଧୁ ସାହାଯ୍ୟ କରିପାରନ୍ତି। ଦିନଟି ଭଲରେ କଟିବାର ଯୋଗ ରହିଛି।

ମତାମତ ଦିଅନ୍ତୁ ।