ରାସ୍ତା କଡ଼ରୁ ମୁମୂର୍ଷ ଅବସ୍ଥାରେ ନାବାଳିକା ଉଦ୍ଧାର

ବାରିପଦା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଇଭୋଳ ନିକଟ ରାସ୍ତା କଡ଼ରୁ ଆଜି ସକାଳେ ଜଣେ ନାବାଳିକାକୁ ଉଦ୍ଧାର କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ନାବାଳିକାକୁ କରଞ୍ଜିଆ ମେଡିକାଲରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ ୪୯ ନମ୍ବର ଜାତୀୟ ରାଜପଥର ଏକ ନାଳ ନିକଟରେ ଆଜି ସକାଳୁ ସକାଳୁ ଜଣେ ୭/୮ ବର୍ଷର ନାବାଳିକା ମୁମୂର୍ଷ ଅବସ୍ଥାରେ ବିବସ୍ତ୍ର ହୋଇ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରୁ ନାବାଳିକାକୁ ଉଦ୍ଧାରକରି ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟକୁ ଆଣିଥିଲା। ମାତ୍ର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାକୁ କଟକ ବଡ଼ ମେଡିକାଲ ପଠାଯାଇଛି। ନାବାଳିକାର ପରିଚୟ ମିଳିନଥିବାରୁ ପୋଲିସ ତଦନ୍ତ ଜାରି ରଖିଛି।

ପାରିପାର୍ଶ୍ୱିକ ସ୍ଥିତିରୁ ପୋଲିସ ଅନୁମାନ କରୁଛି ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରି କେହି ନାବାଳିକାକୁ ଛାଡ଼ି ଚାଲିଛି। ତେବେ ଦୁର୍ବୃତ୍ତ ନାବାଳିକାର ବେକ ଚିପି ଦେଇଥିବାରୁ ସେ କିଛି କହିପାରୁନାହିଁ। ମୟୂରଭଞ୍ଜ ଏସ୍‌ପି ମେଡିକାଲରେ ପହଞ୍ଚି ନାବାଳିକାର ସ୍ଥିତି ଦେଖିବା ସହ ଘଟଣାର ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button