ରାସ୍ତା କଡରେ ପଡିଛି ପିପିଇ କିଟ୍

ନବରଙ୍ଗପୁର : ରାସ୍ତାକଡରେ ପଡିଛି ବ୍ୟବହୃତ ପିପିଇ କିଟ୍। ନବରଙ୍ଗପୁରରେ ଏହା ଦେଖିବାକୁ ମିଳିଥିବା ବେଳେ ଲୋକଙ୍କ ମନରେ କରୋନା ସଂକ୍ରମଣର ଭୟ ସୃଷ୍ଟି ହୋଇଛି। ଖବର ଅନୁଯାୟୀ ନବରଙ୍ଗପୁର ପୋଲିସ ରିଜର୍ଭ ବାଟାଲିଅନ ରାସ୍ତାରେ ୨ଟି ପିପିଇ କିଟ ପଡିଥିବା ଦେଖିବାକୁ ମିଳିଛି। ଗୋଟିଏ କଲଭର୍ଟରେ ନିକଟସ୍ଥ ପାଣିରେ ଓ ଅନ୍ୟଟି ରାସ୍ତା କଡରେ ପଡିଛି। ନିୟମ ଅନୁସାରେ ଏହାକୁ ବ୍ୟବହାର କରିବା ପରେ ନଷ୍ଟ କରିବା କଥା। କିନ୍ତୁ ନଷ୍ଟ କରାନଯାଇ ପିପିଇ କିଟକୁ ରାସ୍ତା କଡ଼ରେ କିପରି ଫିଙ୍ଗାଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି।

ମତାମତ ଦିଅନ୍ତୁ ।

Back to top button