Breaking Newsରାଜ୍ୟ

ରାସ୍ତାରେ ଅଳିଆ ପକାଇଲେ ଟ୍ରେଡ୍ ଲାଇସେନ୍ସ ରଦ୍ଦ ହେବ

ଭୁବନେଶ୍ୱର : (ଓଡ଼ିଶା ରିପୋର୍ଟର): ଏଣିକି ଅଳିଆ ଆବର୍ଜନା ପକାଇ ରାସ୍ତା ଅପରିଷ୍କାର କଲେ କାର୍ଯ୍ୟାନୁଷ୍ଠାନ। ଦୋକାନୀ କରୁଥିବା ନଜରକୁ ଆସିଲେ ଜରିମାନା ଓ ଟ୍ରେଡ୍ ଲାଇସେନ୍ସ ରଦ୍ଦ କରାଯିବ। ଆବଶ୍ୟକସ୍ଥଳେ ସିଲ୍ ସହ ଉଚ୍ଛେଦ ମଧ୍ୟ କରାଯିବ। ଭୁବନେଶ୍ଵର ମହାନଗର ନିଗଣ ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।

ଭୁବନେଶ୍ୱର ମହାନଗରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଲାଗି ନିଗମ କର୍ତ୍ତୃପକ୍ଷ ଆଜିଠାରୁ ଏହି ପଦକ୍ଷେପ ନେଇଛନ୍ତି। ସେଥିପାଇଁ ଦୋକାନ ସମ୍ମୁଖରେ ୨ଟି ଡଷ୍ଟବିନ୍ ରଖିବାକୁ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିକରେ ଓଦା ଓ ଅନ୍ୟଟିରେ ଶୁଖିଲା ବର୍ଜ୍ୟବସ୍ତୁ ରଖିବା ଲାଗି କୁହାଯାଇଥିଲା। ମାତ୍ର ଦୋକାନୀମାନେ ୨ଟି ଡଷ୍ଟବିନ୍ ରଖୁନାହାନ୍ତି। କାରବାର ଶେଷରେ ଦୋକାନରୁ ବାହାରୁଥିବା ଅଳିଆ ଆବର୍ଜନା ଏଣେତେଣେ ପକାଉଥିବା ନଜରକୁ ଆସୁଥିବାରୁ ପରିମଳ ସେବା ଓ ସ୍ୱଚ୍ଛତା ବାଧାପ୍ରାପ୍ତ ହେଉଛି।

ମତାମତ ଦିଅନ୍ତୁ ।

Back to top button