ରାସ୍ତାରେ ବସିଲେ କ୍ୱାରେଣ୍ଟାଇନ୍ ସେଣ୍ଟର ଅନ୍ତେବାସୀ

ଭଦ୍ରକ : ବାସୁଦେବପୁର ପୌରପାଳିକା ତୃପ୍ତି ମହିଳା ମହାବିଦ୍ୟାଳୟର କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅବ୍ୟବସ୍ଥାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଅନ୍ତେବାସୀ। ସେମାନେ ବାସୁଦେବପୁର-ଜାମୁଝାଡି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଏହି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପ୍ରାୟ ୩୫ ଜଣ ପ୍ରବାସୀ ରହୁଛନ୍ତି। ସେମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯିବା ସହ ଠିକ୍ ସମୟରେ ଖାଦ୍ୟ ଦିଆଯାଉ ନାହିଁ। ବାହାରୁ ଆସୁଥିବା ପ୍ରବାସୀମାନଙ୍କ ସ୍ୱାବ ଟେଷ୍ଟ କରାଯାଉ ନାହିଁ। ଏଥିସହ ରାତିରେ ସୁରକ୍ଷା ବ୍ୟବସ୍ଥା ଠିକ୍ ନଥିବାରୁ କେନ୍ଦ୍ର ଭିତରୁ ବହୁ ସମୟରେ ଚୋରି ହେଉଥିବା ଅଭିଯୋଗ ହୋଇଛି। ଖବର ପାଇ ପୌରନିର୍ବାହୀ ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ତେବାସୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

ମତାମତ ଦିଅନ୍ତୁ ।