ରାସ୍ତାରେ ଧାରଣାଦେଲେ ଆଦିବାସୀ ବସ୍ତି ବାସିନ୍ଦା

ଭଦ୍ରକ : ଦାବି ପୂରଣ ପାଇଁ ଚରମ୍ପା ଓ ଏରେଇଁ ପଞ୍ଚାୟତର ଆଦିବାସୀ ବସ୍ତି ବାସିନ୍ଦାମାନେ ଆଜି ରାସ୍ତାରେ ଧାରଣରେ ବସି ପ୍ରତିବାଦ କରିଛନ୍ତି। ସହିଦ ବୀର୍ସା ମୁଣ୍ଡା ଆଦିବାସୀ ମହାସଂଘ ତରଫରୁ କରାଯାଇଥିଲା ଏହି ପ୍ରତିବାଦ। ଆଦିବାସୀ ସମ୍ପ୍ରଦାୟର ଏହି ବ୍ୟକ୍ତିମାନେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ତିନି ପିଢ଼ି ହେଲା ସେମାନେ ଚରମ୍ପା ଅଞ୍ଚଳ ବସ୍ତିରେ ବସବାସ କରୁଛନ୍ତି। କିନ୍ତୁ ଜମିର ମାଲିକାନା ବଦଳିବା ପରେ ସେମାନଙ୍କୁ ଚାଲିଯିବାକୁ କୁହାଯାଉଥିବା ଅଭିଯୋଗ କରିଛନ୍ତି।

ସେମାନଙ୍କ କହିବା ଅନୁଯାୟୀ ବସ୍ତିରେ ପ୍ରାୟ ୪ ଦିନ ତଳୁ ଉଦ୍ଦେଶ୍ୟ ମୂଳକ ଭାବେ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି। ସେଥିପାଇଁ ପ୍ରତିବାଦ କରିବା ପାଇଁ ବସ୍ତି ବାସିନ୍ଦାମାନେ ମେଳି ହୋଇ ରାଜଘାଟ ଛକ ଠାରେ ରାସ୍ତା ଉପରେ ବସି ଯାଇଥିଲେ। ରାସ୍ତା ଜାମ ହେବାରୁ ଟାଉନ ପୋଲିସ ଓ ଭଦ୍ରକ ଉପ-ଜିଲ୍ଲାପାଳ ଘଟଣାସ୍ଥଳରେ ପହଁଞ୍ଚି ସେମାନଙ୍କ ସହ ଆଲୋଚନା କରିବା ପରେ ସେମାନେ ଧାରଣରୁ ହଟିଥିଲେ।

ମତାମତ ଦିଅନ୍ତୁ ।