ରାସ୍ତାରେ ଶାଶୁକୁ ପିଟିଲା ବୋହୁ

ହାଇଦ୍ରାବାଦ : ଶାଶୁକୁ ବୋହୂ ଦେଉଛି ନିର୍ଯାତନ। ୫୫ ବର୍ଷ ବୟସ୍କା ଏଇ ମହିଳାଙ୍କ ଚୁଟି ଧରି ରାସ୍ତାକୁ ଘୋଷାଡ଼ି ଆଣି ଗାଲରେ ଚାପୁଡ଼ା ମାରୁଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ଘଟଣାଟି ହାଇଦ୍ରାବାଦ ହୁମାୟୁ ନଗରର ବୋଲି ଜଣାପଡିଛି।

ମହିଳା ଜଣକ ଶାଶୁଙ୍କ ଉପରେ କରୁଛି ଅମାନୁଷିକ ଅତ୍ୟାଚାର। ଶାଶୁଙ୍କୁ ବାଡଉଥିବା ବେଳେ ମହିଳାଙ୍କ ପୁଅ ପାଖରେ ଛିଡା ହୋଇ ପୁରା ଘଟଣାକୁ ନିଜ ମୋବାଇଲରେ ରେକର୍ଡ କରୁଛି। ଲୋକ ବୁଝେଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସେ କାହା କଥା ନଶୁଣି ଶାଶୁଙ୍କୁ ମାରି ଚାଲିଛନ୍ତି। ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ କେହି ଆସୁନାହାନ୍ତି। ସିସିଟିଭିର ଏଇ ଫୁଟେଜ୍ ଭାଇରାଲ୍ ହେବାପରେ ପୋଲିସ ମହିଳା ଓ ତାଙ୍କ ମା’ ବିରୋଧରେ ମାମଲା ରୁଜ୍ଜୁ କରିଛି। ଶାଶୁ ବୋହୁ ରହୁଥିବା ଫ୍ଲୋରର ବିଜୁଳି ଓ ପାଣି ବନ୍ଦ କରିବା ଯୋଗୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ଅଭିଯୁକ୍ତ ମହିଳା କହିଛନ୍ତି ତାଙ୍କୁ ସ୍ୱାମୀଙ୍କ ସହିତ ସାକ୍ଷାତ କରିବାକୁ ଦିଆଯାଏନାହିଁ। ସ୍ୱାମୀ ସହ ଫୋନରେ ମଧ୍ୟ କଥା ସେ ହୋଇପାରନ୍ତି ନାହିଁ। ମହିଳାଙ୍କ ସ୍ୱାମୀ ସାଉଦି ଆରବରେ ରହୁଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।