ରାଷ୍ଟ୍ରପତିଙ୍କର ବାଇପାସ ସର୍ଜରୀ ହେଲା

ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଆଜି ଦିଲ୍ଲୀସ୍ଥିତ ଏମ୍ସରେ ବାଇପାସ ସର୍ଜରୀ ହୋଇଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସର୍ଜରୀ ସଫଳ ହୋଇଛି। ଓଡ଼ିଆ ଡାକ୍ତର ଅକ୍ଷୟ କୁମାର ବିଷୋୟୀ ରାଷ୍ଟ୍ରପତିଙ୍କର ଅସ୍ତ୍ରୋପଚାର କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଗତ ଶୁକ୍ରବାର ରାଷ୍ଟ୍ରପତି କୋବିନ୍ଦଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ବାଇପାସ ସର୍ଜରୀ ହେବ ବୋଲି ସୂଚନା ମିଳିଥିଲା। ଅପରେସନ୍ ସଫଳ ପାଇଁ ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ସିଂହ ଡାକ୍ତରୀ ଟିମକୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button