Breaking Newsରାଜ୍ୟ

ରତ୍ନସିଂହାସନରୁ ପଦ୍ମପାଖୁଡ଼ା ଗାଏବ: ଏଏସଆଇକୁ ରିପୋର୍ଟ ମାଗିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହରେ ରତ୍ନସିଂହାସନରୁ ପଦ୍ମପାଖୁଡ଼ା ଗାଏବ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ଏଏସଆଇକୁ ରିପୋର୍ଟ ମାଗିଛି। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ସେ କହିଛନ୍ତି ପଦ୍ମପାଖୁଡ଼ା ଗାଏବ ନେଇ ଅଭିଯୋଗ ପରେ ଏଏସଆଇକୁ ଏହାର ଫଟୋ ମଗାଯାଇଥିଲା। ଏଏସଆଇ ଶ୍ରୀମନ୍ଦିର ପ୍ରଶାସନ ନିକଟରେ କିଛି ଫଟୋ ଦାଖଲ କରିଛିି। ତେବେ ଏ ସମ୍ପର୍କରେ ଖୁବଶୀଘ୍ର ଏକ ରିପୋର୍ଟ ଦେବାକୁ ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ ଅନୁଧ୍ୟାନ କରାଯିବ। ସେଭଳି କିଛି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାଛଡା ଗର୍ଭଗୃହ ଓ ରତ୍ନସିଂହାସନରେ ଏଭଳି କିଛି ଅଘଟଣକୁ ଏଡ଼ାଇବାକୁ ଏହାର ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟେସନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ମତାମତ ଦିଅନ୍ତୁ ।

Back to top button