Breaking Newsରାଜ୍ୟ

ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ

‌ଭୁବନେଶ୍ୱର : କେନ୍ଦ୍ର ସରକାର ଅନଲକ-୩ରେ ରାତ୍ରକାଳୀନ କର୍ଫ୍ୟୁକୁ ସଂପୂର୍ଣ୍ଣ ହଟାଇ ଦେଇଛନ୍ତି। କିନ୍ତୁ ଓଡ଼ିଶାରେ ଏହା ବଳବତ୍ତର ରହିବ। ପୂର୍ବଭଳି ସମଗ୍ର ରାଜ୍ୟରେ ରାତି ୯ଟାରୁ ସକାଳ ୫ଟା ଯାଏ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ। ଏହି ସମୟରେ ଜରୁରୀ ସେବା ଓ ଯାତାୟାତକୁ ଛାଡ଼ି ଆଉ ସବୁ ବନ୍ଦ ରହିବ। ଆଜି ଏହି ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

ଶୁକ୍ରବାର ଶ୍ରୀ ଜେନା ଅଗଷ୍ଟ ମାସର କଟକଣା ସମ୍ପର୍କରେ ସୂଚନା ଦେଇ କହିଲେ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ସଂପୂର୍ଣ୍ଣ ଭାବେ ଲାଗୁ ରହିବ। କଣ୍ଟେନମେଣ୍ଟ ଜୋନରେ ଅବାଧ ପ୍ରବେଶ ଓ ପ୍ରସ୍ଥାନ ଉପରେ ରୋକ୍ ଲାଗିବ। ଅଗଷ୍ଟ ୩୧ ଯାଏ ଧାର୍ମିକ ଅନୁଷ୍ଠାନକୁ ଯିବାପାଇଁ ଲୋକଙ୍କ ଅନୁମତି ମିଳିବ ନାହିଁ।
ଅନ୍ତର୍ଜାତୀୟ ବିମାନ ଚଳାଚଳ, ସିନେମା ହଲ୍, ସୁଇମିଂ ପୁଲ୍, ଥିଏଟର, ସାମାଜିକ ଓ ରାଜନୀତିକ କାର୍ଯ୍ୟ ବନ୍ଦ ରହିବ। ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନରେ ପାଠ ପଢ଼ା ବନ୍ଦ ରହିବ। କିନ୍ତୁ ପରୀକ୍ଷା କରାଯାଇ ପାରିବ। ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ଓ ଜିମ୍ ଖୋଲା ଯାଇପାରିବ। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ଜୀବ ଆସିବା କରିପାରିବେ। ଶିଳ୍ପ କାରଖାନା ଓ ନିର୍ମାଣ କାର୍ଯ୍ୟ ପୂର୍ବପରି ଚାଲୁ ରହିବ। ଜାତୀୟ ରାଜପଥ କଡ଼ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ।

ମତାମତ ଦିଅନ୍ତୁ ।

Back to top button