ରାଉରକେଲାରେ ଲଜ୍ଜା: ଯୁବତୀଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ

ରାଉରକେଲା : ରାତିରେ ଶୌଚ ପାଇଁ ବାହାରକୁ ଉଠିଥିବା ଯୁବତୀଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ। ଏପରି ଲଜ୍ଜାଜନକ ଘଟଣା ଇସ୍ପାତ ନଗରୀ ରାଉରକେଲାରେ ଘଟିଛି।

ଗୁରୁଣ୍ଡିଆ ଅଞ୍ଚଳର ଏଇ ପୀଡ଼ିତାଙ୍କ ଅଭିଯୋଗ କରିଛନ୍ତି ମଙ୍ଗଳବାର ବିଳମ୍ବିତ ରାତିରେ ଶୌଚ ପାଇଁ ସେ ବାହାରକୁ ଉଠିଥିଲେ। ଏହି ସମୟରେ ଦୁଇଟି ବୋଲେରୋରେ ଆସିଥିବା ୩ ଯୁବକ ତାଙ୍କୁ ଜୋର ଜବରଦସ୍ତ ରାଉରକେଲା ଏରୋଡ୍ରମ ପଡିଆ ପଛ ଓମଫେଡ ଫାକ୍ଟ୍ରିନିକଟକୁ ନେଇଯାଇଥିଲେ।। ରାତିସାରା ଦୁଷ୍କର୍ମ କରିବା ପରେ ସେମାନେ ପୀଡ଼ିତାଙ୍କୁ ଛାଡି ପଳାଇଥିଲେ। ପ୍ରାତଃ ଭ୍ରମଣରେ ଯିବା ସମୟରେ କିଛି ଲୋକ ତାଙ୍କୁ ଦେଖି ଘଟଣା ସମ୍ପର୍କରେ ଜାଣିବା ପରେ ଛେଣ୍ଡ ଥାନାକୁ ଖବର ଦେଇଥିଲେ। ପୋଲିସ ବୁଧବାର ସକାଳେ ପୀଡ଼ିତାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ଆଜି ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଥିବା ବେଳେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଅଭିଯୁକ୍ତମାନେ ମଙ୍କି କ୍ୟାପ୍‌ ପିନ୍ଧିଥିବାରୁ ପୀଡ଼ିତା କାହାରିକୁ ଚିହ୍ନି ପାରି ନଥିବା କହିଛି।

ମତାମତ ଦିଅନ୍ତୁ ।