ରାୟଗଡା : ବୋଲେରୋ-ବାଇକ୍ ମୁହାଁମୁହିଁ : ୨ ଗୁରୁତର

ରାୟଗଡା : ରାୟଗଡା-କୋରାପୁଟ ମୁଖ୍ୟ ରାସ୍ତାର ହାଲୁଆ ନିକଟରେ ବୋଲେରୋ-ବାଇକ୍ ମୁହାଁମୁହିଁ ହୋଇଛି। ଏହି ଦୁର୍ଘଟଣାରେ ତଳଅଞ୍ଚଳବାଡି ଗ୍ରାମର ମାଣ୍ଡାଙ୍ଗି ତ୍ରୀପତି ଓ ଲଦ ପିଡିସିକା ଗୁରୁତର ଆହତ ହୋଇଛନ୍ତି। ଦୁହେଁ ରାୟଗଡ଼ାରୁ ନିଜ ଗ୍ରାମକୁ ଯାଉଥିବା ବେଳେ ବିପରୀତ ପାର୍ଶ୍ଵରୁ ଆସୁଥିବା ଏକ ବୋଲେରୋ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତ ଦ୍ଵୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।