ରାୟଗଡ଼ା : ଯନ୍ତ୍ରୀଙ୍କ ଘରୁ ଲକ୍ଷେ ଟଙ୍କା ଓ ସୁନା ଲୁଟ୍

ରାୟଗଡ଼ା : ବିଦ୍ୟୁତ୍ ବିଭାଗ ଆସିଷ୍ଟାଣ୍ଟ୍ ଟେକ୍ନିସିଆନଙ୍କ ଘରୁ ଲୁଟ। ତାଲା ଭାଙ୍ଗି ଲକ୍ଷେ ଟଙ୍କା, ୪ ଭରି ସୁନା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟିଛନ୍ତି ଦୁର୍ବତ୍ତ।

ଖବର ଅନୁଯାୟୀ ଗୁରୁବାର ରାତିରେ ମାରୁତି କଲୋନିରେ ରହୁଥିବା ବିଦ୍ୟୁତ୍ ବିଭାଗର ଆସିଷ୍ଟାଣ୍ଟ୍ ଟେକ୍ନିସିଆନ୍ ତ୍ରିଲୋଚନ ଦାଶ ଗତ ୨ ତାରିଖରେ ଭବାନୀପାଟଣା ଯାଇଥିଲେ। ତାଙ୍କ ପତ୍ନୀ ଭବାନୀପାଟଣା ପୁଲିସ୍ ହାଉସିଂ ବୋର୍ଡ କର୍ପୋରେସନରେ ଆସିଷ୍ଟାଣ୍ଟ୍ ପ୍ରୋଜେକ୍ଟ ମ୍ୟାନେଜର୍ ଭାବେ କାମ କରନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତ୍ରିଲୋଚନ ମା’ଙ୍କୁ ନେଇ ତାଙ୍କ ପାଖକୁ ଯାଇଥିଲେ।

୧୫ ଦିନ ହେବ ଘରେ ତାଲା ପଡିଥିବାରୁ ଦୁର୍ବୃତ୍ତମାନେ ଗତକାଲି ରାତିରେ ତାଲା ଭାଙ୍ଗି ଭିତରେ ପଶି ସୁନା ସହ ୧ ଲକ୍ଷ ଟଙ୍କା, ରୂପା ମୂର୍ତ୍ତି ଓ ସାମଗ୍ରୀକୁ ଚୋରି କରି ନେଇଛନ୍ତି। ସକାଳେ ପଡୋଶୀ କବାଟ ଖୋଲାଥିବା ଦେଖି ତ୍ରିଲୋଚନଙ୍କୁ ଫୋନ୍ କରି ଜଣାଇବାରୁ ସେ ଭବାନୀପାଟଣାରୁ ଆସି ରାୟଗଡ଼ାରେ ପହଞ୍ଚି ଥାନାରେ ଏତଲା ଦେଇଥିଲେ। ପୁଲିସ୍ ତଦନ୍ତ ଆରମ୍ଭ କରିଥିଲେ ହେଁ କୌଣସି ସୁରାକ୍ ମିଳିନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର
between image and heading

Comments are closed.