ରାୟଗଡା ଜିଲ୍ଲାକୁ ୭୨ ଘଣ୍ଟା ସଟ୍‌ଡାଉନ୍‌

ରାୟଗଡ଼ା : ରାୟଗଡ଼ାରୁ ଆଜି ୧୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ସଂକ୍ରମଣ ରୋଲିବା ପାଇଁ ଜିଲ୍ଲାକୁ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଆସନ୍ତାକାଲିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଏହି କଟକଣା ଲାଗୁହେବ। ଏହି ସୂଚନା ଦେଇଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା। ସୂଚନାଯୋଗ୍ୟ ରାୟଗଡ଼ା ଜିଲ୍ଲାରେ ୮୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪୦ ଜଣ ସୁସ୍ଥ ହୋଇଛନ୍ତି। ୪୫୦ ଜଣ ଚିକିତ୍ସାଧୀନ ଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି।

ମତାମତ ଦିଅନ୍ତୁ ।