ରାୟଗଡ଼ା ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

0

ରାୟଗଡ଼ା : ରାୟଗଡ଼ା ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବୀରେନ୍ଦ୍ର ଖରାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଚଢ଼ାଉ ଚାଲିଛି। ଭିଜିଲାନ୍ସ ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକଙ୍କ ନେତୃତ୍ୱରେ ୪ ଜଣିଆ ଟିମ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଯନ୍ତ୍ରୀ ଶ୍ରୀ ଖରାଙ୍କ ରାୟଗଡ଼ା କସ୍ତୁରୀ ନଗର ବାଲାଜି ଟାୱାରସ୍ଥିତ ବାସ ଭବନରେ ଚଢ଼ଉ ଜାରି ରହିଛି। ସେହିପରି ଖରିଆର ରେଞ୍ଜର ଥିବା ତାଙ୍କ ଶଶୁର ସଦାନନ୍ଦ ସୁନାନୀଙ୍କ ଘରେ ଭିଜିଲାନ୍ସ ରେଡ କରିଥିବା ବେଳେ ରାୟଗଡ଼ା ଓ କଳାହାଣ୍ଡି ସମେତ ୬ଟି ସ୍ଥାନରେ ଚଢ଼ଉ ଚାଲୁ ରହିଛି।

Leave A Reply

Your email address will not be published.