ରାୟଗଡାରେ ସେକ୍ସ ରାକେଟ୍‌ ଠାବ

ରାୟଗଡା : କରୋନା ସମୟରେ ରାୟଗଡା ଟାଉନ୍‌ର ଭଡ଼ା ଘରେ ଚାଲିଥିଲା ଦେହ ବେପାର। ଅସଂଯତ ଅବସ୍ଥାରେ ଜଣେ ଯୁବକ ଓ ଯୁବତୀଙ୍କୁ ପୋଲିସ ଚଢ଼ଉ କରି ଉଦ୍ଧାର କରି ଜଣାପଡିଛି।

ଖବର ଅନୁଯାୟୀ ଗୁରୁବାର ରାତିରେ ରାୟଗଡା ସହରର ଗୌତମ ନଗର ୬ଷ୍ଠ ଲାଇନରେ ଏକ ଘରେ ସେକ୍ସ ରାକେଟ୍‌ ଚାଲିଥିଲା। ସଦର ଥାନା ପୋଲିସ ଉକ୍ତ ଘରେ ଚଢଉ କରିବା ପରେ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ଏହି କାରବାରରେ ନିୟୋଜିତ ଯୁବକ ଓ ଘର ମାଲିକକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି। ତେବେ ଚର୍ଚ୍ଚା ହେଉଛି ଅନେକ ଦିନରୁ ସେହି ଘରେ ସେକ୍ସ ରାକେଟ୍‌ ଚାଲୁଥିଲା।

ସମ୍ବନ୍ଧିତ ଖବର
between image and heading

Comments are closed.