କରୋନା ସଙ୍କଟ: ସୁଧୁରୁଛି ଆର୍ଥିକ ସ୍ଥିତି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସ ଶନିବାର ସପ୍ତମ ଏସ୍‌ବିଆଇ ବ୍ୟାଙ୍କିଂ ଏବଂ ଇକନୋମି କନ୍‌କ୍ଲେଭ୍‌ରେ ଯୋଗଦେଇ ଗତ ୧୦୦ ବର୍ଷ ମଧ୍ୟରେ କରୋନାକୁ ସବୁଠୁ ବଡ଼ ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସଙ୍କଟ ବୋଲି କହିଛନ୍ତି । ଏଭଳି ସ୍ଥିତିରେ ଭାରତର ଆର୍ଥିକ ସ୍ଥିତି ସୁଧୁରୁଥିବା କଥା ସେ ସ୍ପଷ୍ଟ କରିଛନ୍ତି । ଦେଶରେ ଆର୍ଥିକ ନେଣଦେଣ ସାମାନ୍ୟ ହେବାକୁ ଲାଗିଥିବାବେଳେ ବ୍ୟାଙ୍ଗ ଗୁଡ଼ିକୁ ନିଜର ରିସ୍କ ମ୍ୟାନେଜମ୍ୟାଂଟ ଉପରେ ଫୋକସ୍ କରିବାକୁ ସତର୍କ କରିଛନ୍ତି ।
ଆରବିଆଇ ଗଭର୍ନର ନିଜର ମନ୍ତବ୍ୟରେ କରୋନା ମୁକାବିଲା ଲାଗି ଅନେକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଯିବା ସହ ଅର୍ଥିନୀତିକୁ ଗତି ଦେବାଲାଗି ଲଗାତାର ଚେଷ୍ଟା ଜାରି ରହିଥିବା ଦୃଢ଼ତାର ସହ କହିଛନ୍ତି । ସଙ୍କଟଜନକ ସ୍ଥିତିରେ ମଧ୍ୟ ଆରବିଆଇ ସୁଧହାର କମ୍ କରି ଆର୍ଥିକ ଗତିକୁ କ୍ଷୀପ୍ର କରିବାକୁ ଚେଷ୍ଟା କରିଛି । ମହାମାରୀ ଯୋଗୁଁ ଉତ୍ପାଦନ, ଚାକିରି ଓ ସ୍ୱାସ୍ଥ୍ୟସେବା ଭୟଙ୍କର ଭାବେ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ଅର୍ଥନୀତିକୁ ପୁଣି ଟ୍ରାକ୍‌କୁ ଆଣିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ବୋଲି ଶ୍ରୀ ଦାସ କହିଥିଲେ ।

ମତାମତ ଦିଅନ୍ତୁ ।