Breaking Newsମନୋରଞ୍ଜନ

ରେଚଲ ହ୍ୱାଇଟଙ୍କୁ କରୋନା

ମୁମ୍ବାଇ : ସାରା ବିଶ୍ୱରେ କାୟା ମେଲାଇଥିବା କରୋନା ବଲିଉଡରେ ମଧ୍ୟ ପ୍ରବେଶ କରିଛି । ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ଏବଂ ତାଙ୍କ ଝିଅ ଆରାଧ୍ୟାଙ୍କ ସହ ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ପରିବାର ଲୋକେ ମଧ୍ୟ ଏହି ରୋଗରେ ପୀଡିତ ହୋଇଛନ୍ତି। ବଲିଉଡ ଅଭିନେତ୍ରୀ ରେଚଲ ହ୍ୱାଇଟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ସେ ଟୁଇଟ ଯୋଗେ ଏହି ସୂଚନା ଦେଇ କହିଛନ୍ତି ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି ।  ମୁଁ ଏବେ ଘରେ କ୍ୱାରେଣ୍ଟାଇନରେ ରହିଛି । ଦୟାକରି ମୋର ଆରୋଗ୍ୟ କାମନା କରି ପ୍ରାର୍ଥନା କରନ୍ତୁ । ରେଚଲ ‘ଉଙ୍ଗଲି’ ଫିଲ୍ମ ଯୋଗେ ବଲିଉଡରେ ପ୍ରବେଶ କରିଥିଲେ । ସେ ଅନେକ ଗୁଡ଼ିକ ବଙ୍ଗଳା ସିନେମାରେ ମଧ୍ୟ ଅଭିନୟ କରିଛନ୍ତି ।  

ରେଚଲଙ୍କ ବ୍ୟତୀତ ବଙ୍ଗୀୟ ଅଭିନେତ୍ରୀ କୋୟଲ ମଲିକ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେପଟେ ଅନୁପମ ଖେରଙ୍କ ମା’ଙ୍କ ସମେତ ତାଙ୍କ ପରିବାର ୪ ଜଣ ଲୋକ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଅନୁପମ ଟୁଇଟ ଯୋଗେ ଜଣାଇଛନ୍ତି । ସ୍ୱଭାଗ୍ୟବସତଃ ଅନୁପମଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ମତାମତ ଦିଅନ୍ତୁ ।

Back to top button