ରେଳବାଇ ହାଉସ ଅଫିସ ୧୩ ମହଲା ଜଳୁଛି

କୋଲକାତା : ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଥିବା ରେଳବାଇର ବହୁତଳ ପ୍ରାସାଦରେ ନିଆଁ ଲାଗିଛି। ନିଆଁ ଅନ୍ୟ ଫ୍ଲୋରକୁ ବ୍ୟାପିବାର ଆଶଙ୍କା ରହିଥିବା ବେଳେ ଦମକଳ ବାହିନୀର ଏକାଧିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲିଥିବା କ୍ଷୟକ୍ଷତି ସମ୍ପର୍କରେ ଜନପଡିନାହିଁ।
ଖବର ଅନୁଯାୟୀ କୋଲକାତାର ଷ୍ଟ୍ରାଣ୍ଡ ରୋଡର ନୂଆ କୋଇଲାଘାଟ ରେଳବାଇର ହାଉସ ଅଫିସ ଭାବେ ବ୍ୟବହୃତ ହେଉଥିବା ବିଲଡିଂରେ ନିଆଁ ଲାଗିଛି। କୋଲକାତା ପୋଲିସ ସନ୍ଧ୍ୟାରେ ଏ ସମ୍ପର୍କରେ ସୂଚନା ପାଇବା ପରେ ୧୦ଟି ଅଗ୍ନିଶମ ଗାଡ଼ି ସେଠାରେ ପହଞ୍ଚି ନିଆଁ ଲିଭାଇବାକୁ ପ୍ରୟାସ ଜାରି ରଖିଛନ୍ତି।