ରେଳସେବା ବନ୍ଦ କିମ୍ବା ସୀମିତ ହେବନି : ଭାରତୀୟ ରେଳ

ଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଛି। ଏଭଳି ପରିସ୍ଥିତିରେ ରେଳସେବା ବନ୍ଦ କିମ୍ବା ସୀମିତ କରାଯିବ ନାହିଁ। ସେବା ପୂର୍ବପରି ଚାଲୁ ରହିବ। ଯଦି ଯାତ୍ରୀ ଚାହିଁବେ ତେବେ ଅଧିକ ସଂଖ୍ୟକ ଟ୍ରେନ ଚଳାଯିବ। ଆଜି ଏହି ସୂଚନା ଦେଇଛନ୍ତି। ଭାରତୀୟ ରେଳବୋର୍ଡର ଅଧ୍ୟକ୍ଷ ସୁନୀତ ଶର୍ମା। ସେ କହିଛନ୍ତି ରେଳଯାତ୍ରା ପାଇଁ କୋଭିଡ୍ ନେଗେଟିଭ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇନାହିଁ।

ରେଳବୋର୍ଡ ଅଧ୍ୟକ୍ଷ ସୁନୀତ ଶର୍ମାଙ୍କ କହିଛନ୍ତି ଦେଶରେ କରୋନାର ୨ୟ ଲହର ଆରମ୍ଭ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ବିଭିନ୍ନ ସ୍ତରରେ କଟକଣା ଲଗାଇଛନ୍ତି। କେତେକ ରାଜ୍ୟରେ ରାତି କର୍ଫ୍ୟୁ ଲଗାଯାଇଛି। ଯାହା ଫଳରେ ବିଭିନ୍ନ ସହରରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବା ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ରେଳ ଷ୍ଟେସନ ଗୁଡ଼ିକରେ ଜନଗହଳି ବଢିବାରେ ଲାଗିଛି। ଗତବର୍ଷ ପରି କାଳେ ଲକଡାଉନ ହେବ ଓ ରେଳସେବା ବନ୍ଦ ହୋଇଯିବ ‌ସେଥିପାଇଁ ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଛି। କିନ୍ତୁ ରେଳସେବା ବନ୍ଦ ହେବନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button