ଠକେଇ ମାମଲାରେ ସନ୍ନି ଲିଓନୀଙ୍କୁ ଆଶ୍ଵସ୍ତି

ମୁମ୍ବାଇ : ଗତ କିଛି ଦିନ ହେବ ବଲିଉଡର ବୋଲ୍ଡ ଅଭିନେତ୍ରୀ ତଥା ବେବି ଡଲ୍ ଭାବରେ ଫେମସ୍ ସନ୍ନି ଲିଓନୀ ବେଶ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ବିରୁଦ୍ଧରେ ଜଣେ ବ୍ୟକ୍ତି ୨୯ଲକ୍ଷ ଟଙ୍କା ଠକେଇ କରିଥିବାର ଅଭିଯୋଗ କରିଥିଲେ । ଏବେ ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି କେରଳ ହାଇକୋର୍ଟ ।  କୋର୍ଟରୁ ସନ୍ନି ଲିଓନୀଙ୍କୁ ଆଶ୍ବସ୍ଥି ମିଳିବା ସହିତ ତାଙ୍କର ଗିରଫଦାରୀକୁ ମଧ୍ୟ ସ୍ଥଗିତ ରଖାଯାଇଛି ।

ସୂଚନା ଅନୁସାରେ, କେରଳ ହାଇକୋର୍ଟ ମାମଲାର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ନ୍ୟୁଜ୍ ଏଜେନ୍ସି ଏଏନଆଇ ଏହାର ସୂଚନା ଦେବାକୁ ଯାଇ ଟ୍ୱିଟ୍ କରି ଲେଖିଛି, ‘କେରଳ ହାଇକୋର୍ଟ ୨୯ ଲକ୍ଷ ଟଙ୍କା ଠକେଇ ମାମଲାରେ ସନ୍ନି ଲିଓନୀଙ୍କୁ ଗିରଫ କରିବାକୁ ବାରଣ କରିଛି । ଅଭିନେତ୍ରୀଙ୍କ ଜାମିନ ଆବେଦନ ଉପରେ ବିଚାର କରିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି ।’ ଠକେଇ ଅଭିଯୋଗ ହେବା ପରେ ସନ୍ନି ଲିଓନୀ କେରଳ ହାଇକୋର୍ଟରେ ଏକ ଜାମିନ ଆବେଦନ କରିଥିଲେ । ଯାହାର ଶୁଣାଣିରେ ହାଇକୋର୍ଟ ଅଭିନେତ୍ରୀଙ୍କ ଗିରଫଦାରୀକୁ ସ୍ଥଗିତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button