ରେଙ୍ଗାଳୀ ମୁଖ୍ୟ କେନାଲ ବନ୍ଧରେ ୩୦ ଫୁଟର ଘାଇ

କାମାକ୍ଷାନଗର : ରେଙ୍ଗାଳୀ ବାମ ପାର୍ଶ୍ୱ ମୁଖ୍ୟ କେନାଲ ବନ୍ଧରେ ୩୦ ଫୁଟର ଘାଇ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ୩ ନମ୍ବର ଡିଭିଜନ ବାଉଁଶପାଳ ପଞ୍ଚାୟତ ଅନ୍ତର୍ଗତ ଲେମ୍ବୁପାଳ ନିକଟରେ ଘାଇ ସୃଷ୍ଟି ହେବାରୁ ପାଣି ଏବେ ଲେମ୍ବୁପାଳ ଗାଁ ଆଡକୁ ମୁହାଁଇଛି। ଫଳରେ ୫୦ରୁ ଅଧିକ ପରିବାର ଆତଙ୍କିତ ହୋଇପଡ଼ିଛନ୍ତି।

ଖବର ଅନୁଯାୟୀ ଲେମ୍ବୁପାଳ ନିକଟ ବନ୍ଧଟି ଦୁର୍ବଳ ଥିଲା। ଏହାର ରକ୍ଷଣା ବେକ୍ଷଣ କରାଯାଉନଥିବାରୁ କେନାଲରେ ପାଣି ବଢିବା ଯୋଗୁଁ ବନ୍ଧ ଭାଙ୍ଗିଥିବା ଅନୁମାନ କରାଯାଉଛି। ବିଭାଗୀୟ ଅଧିକାରୀ ମାନଙ୍କର ଦାୟିତ୍ୱହୀନତା ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ଲୋକେ କହୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button