ରେନୋ କାଇଗରର ସୋ କାର ଭାରତରେ ଶୁଭାରମ୍ଭ ହେବାକୁ ଯାଉଛି

ନୂଆଦିଲ୍ଲୀ : ରେନୋ ଇଣ୍ଡିଆ ନୂତନ ଗେମ ଚେଞ୍ଜର ରେନୋକାଇଗରର ଶୁଭାରମ୍ଭ ସହିତ ଏହାର ଉତ୍ପାଦରେଞ୍ଜ ଓ ସେଗମେଂଟର ସଂପ୍ରସାରଣ କରୁଛି। ଏହା ଟ୍ରାଇବରର ସମାନ ପ୍ଲାଟଫର୍ମରେ ପ୍ରସ୍ତୁତ ଓ ଗ୍ରୁପ ରେନୋର ଗ୍ଲୋବାଲ୍ ଶୁଭାରମ୍ଭ ହେବ। ରେନୋ ମଧ୍ୟ ରେନୋ କାଇଗର ସହିତ ଏକ ସମ୍ପୂର୍ଣ୍ଣ ନୂଆ ଗ୍ଲୋବାଲ ଇଞ୍ଜିନର ଶୁଭାରମ୍ଭ କରିବ। ଏହାର ପ୍ରଥମ ଝଲକ ସେୟାର କରିବା ପାଇଁ ଯାହାକୁ ଗ୍ରାହକମାନେ ଆଶ କରିପାରିବେ। ରେନୋ କାଇଗରସୋ କାରର ଗ୍ଲୋବାଲ୍ ଉନ୍ମୋଚନ କରିବାକୁ ଯାଉଛି।

ଭାରତ ପାଇଁ ଯୋଜନା କରାଯାଇଥିବା ଏହି ନୂତନ ଉତ୍ପାଦ ସମ୍ପର୍କରେ ସୂଚନା ଦେଇ ଭେଙ୍କଟରାମ ମାମିଲ୍ଲାପାଲେ, କଂଟ୍ରି ସିଇଓ ଓ ମ୍ୟାନେଜିଂ ଡାଇରେକ୍ଟର, ରେନୋ ଇଣ୍ଡିଆ ଅପରେସନ୍ସ, କହିଛନ୍ତି, “ରେନୋ କାଇଗରହେଉଛି ଆମର ସମ୍ପୂର୍ଣ୍ଣ ନୂଆ ବି-ଏସୟୁଭି ଯାହାକି ଗ୍ରୁପ ରେନୋର ଏକ ଆକର୍ଷଣୀୟ, ସ୍ମାର୍ଟ ଓ ଆକର୍ଷଣୀୟ ଅଫର। ଏହାର ଗ୍ଲୋବାଲ୍ ଶୁଭାରମ୍ଭ ଭାରତରେ ହେବା ସମ୍ପର୍କରେ ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ। କ୍ୱିଡ୍ ଓ ଟ୍ରାଇବର ପରେ, ରେନୋ କାଇଗର ହେଉଛି ଗ୍ରୁପ ରେନୋ ପକ୍ଷରୁ ତୃତୀୟ ଗ୍ଲୋବାଲ୍ କାର ଯାହାକୁ ଭାରତରେ ପ୍ରଥମେ ଶୁଭାରମ୍ଭ କରାଯିବ। ପରେ ଅନ୍ୟ ବଜାରରେ ପ୍ରବେଶ କରାଯିବ।

ସେ କହିଛନ୍ତି ଭାରତ ପାଇଁ ଆମର କୌଶଳ କ୍ରମେ ରେନୋ କାଇଗର ନୂତନାକୁ ସାମିଲ୍ କରିଛି। ଏହାକୁ ବି-ସେଗମେଂଟରେ ଶୁଭାରମ୍ଭ କରାଯିବ ଯାହାକି ଉଦ୍ୟୋଗର ବିକ୍ରୟର ୫୦% ରୁ ଅଧିକ ଅଟେ । ଏହା ଜରିଆରେ ଆମେ ସାରା ଦେଶରେ ଆମର ଉପସ୍ଥିତିକୁ ପ୍ରମାଣିତ କରିପାରିବୁ। ଖୁବ୍ କମ୍ ସମୟ ମଧ୍ୟରେ ରେନୋ ଭାରତରେ ୬,୫୦,୦୦୦ ବିକ୍ରି ମାଇଲଖୁଂଟ ଅତିକ୍ରମ କରିପାରିଛି ଓ ରେନୋ କାଇଗର ସହିତ ଆମେ ଏହି ବିକାଶର ଯାତ୍ରାକୁଅ ବ୍ୟାହତ ରଖିବାର ଆଶା କରୁଛୁ।

ମତାମତ ଦିଅନ୍ତୁ ।