ରେଷ୍ଟୁରାଣ୍ଟରେ ବିଲ୍ ଦେଖି ଖସି ପଳାଇଲା ବୟଫ୍ରେଣ୍ଡ

ଝେଜିୟାଙ୍ଗ୍ : ପ୍ରେମିକା ପାଇଁ ହଟହଟ୍ଟା। ଡେଟରେ ଯିବାକୁ ଡାକି ରେଷ୍ଟୁରାଣ୍ଟରୁ ଖସି ପଳାଇବାକୁ ବାଧ୍ୟହେଲେ ପ୍ରେମିକ। ଘଟଣାଟି ଚୀନରେ ଘଟିଛି।

ଚୀନର ଝେଜିୟାଙ୍ଗ ଅଞ୍ଚଳରେ ସୋସିଆଲ୍ ମିଡିଆ ଓ ଫୋନ୍ ଜରିଆରେ ପରସ୍ପରର ନିକଟତର ହୋଇଥିବା ଯୋଡ଼ି ବ୍ଲାଇଣ୍ଡ ଡେଟ୍‌ର ପ୍ଳାନ୍ କରିଥିଲେ। ଏଥିପାଇଁ ଏକ ରେଷ୍ଟୁରାଣ୍ଟକୁ ବାଛିଥିଲେ। ସେଠାରେ ଉଭୟଙ୍କ ପ୍ରଥମ ସାକ୍ଷାତ ହେବାର ଥିଲା। ଯୁବକ ନିର୍ଦ୍ଧାରିତ ସମୟ ପୂର୍ବରୁ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ପ୍ରେମିକାଙ୍କୁ ଭେଟିବା ପାଇଁ ଥିଲା ଅପେକ୍ଷା। ପ୍ରେମିକଙ୍କ କଥା ଯୁବତୀ ଜଣକ ଆସିଥିଲେ। କିନ୍ତୁ ଏକୁଟିଆ ନୁହଁନ୍ତି। ସାଙ୍ଗରେ ଥିଲେ ୨୩ ଜଣ ବନ୍ଧୁ ଓ ସମ୍ପର୍କୀୟ।

ପ୍ରଥମେ ସବୁ ଠିକ୍ ଥିଲା। ଉଭୟ ପରସ୍ପରକୁ ଭେଟିଥିଲେ। ଏକାଠି ଖିଆପିଆ ସରିଲା। ଯେତେବେଳେ ରେଷ୍ଟୁରାଣ୍ଟ ତରଫରୁ ଯୁବକଙ୍କୁ ବିଲ୍ ଦିଆଯାଇଥିଲା ସେତେବେଳେ ଏହାଦେଖି ପ୍ରେମିକ ପ୍ରବର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେଠାରୁ ଖସିଯିବାକୁ ଉଚିତ ମଣିଥିଲେ। ଏହାର କାରଣ ହେଲା ରେଷ୍ଟୁରାଣ୍ଟ ବିଲ୍ ଥିଲା ପାଖାପାଖି ୧୯୮୦୦ ୟୁଆନ ଅର୍ଥାତ୍ ୨ଲକ୍ଷ ୧୭ ହଜାର ଟଙ୍କା।

ଯୁବତୀଙ୍କ କହିବାନୁସାରେ ସେ ପ୍ରେମିକଙ୍କ ଉଦାରତା ଯାଞ୍ଚ କରିବା ପାଇଁ ବ୍ଲାଇଣ୍ଡ ଡେଟ୍‌ରେ ନିଜ ୨୩ ଜଣ ବନ୍ଧୁ ଓ ସମ୍ପର୍କୀୟଙ୍କୁ ସାଙ୍ଗରେ ଆଣିଥିଲେ। ପ୍ରେମିକ ପଳାଇବାରୁ ଯୁବତୀଙ୍କୁ ରେଷ୍ଟୁରାଣ୍ଟର ବିଲ୍ ଦେବାକୁ ପଡ଼ିଥିଲା। ଏହିଭଳି ପରିସ୍ଥିତି ପାଇଁ ଯୁବତୀ ଜଣକ ଯୁବକଙ୍କ ବିରୋଧରେ ପୋଲିସରେ ମାମଲା ରୁଜୁ କରିଥିଲେ। ହେଲେ କେବଳ ଦୁଇଟି ଟେବୁଲର ବିଲ୍ ଦେବାକୁ ଯୁବକ ରାଜି ହୋଇଥିଲେ।

ମତାମତ ଦିଅନ୍ତୁ ।