ରିଚା ଭଦ୍ରାଙ୍କୁ କରୋନା

ମୁମ୍ବାଇ: ଲୋକପ୍ରିୟ ଧାରାବାହିକ ‘ଖିଚ୍‌ଡି’ର ଅଭିନେତ୍ରୀ ରିଚା ଭଦ୍ରା କରୋନା ସଂକ୍ରମିତ ହୋଇଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ସେ ଏହି ସୂଚନା ଦେଇଛନ୍ତି । 

ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ରିଚା ଲେଖିଛନ୍ତି ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ମୋ ଶରୀରରେ ସାମାନ୍ୟ କରୋନା ଲକ୍ଷଣ ଦେଖାଯାଉଛି । ଏଣୁ ମୁଁ ହୋମ୍‌ କ୍ୱାରେଣ୍ଟାଇନରେ ରହିଛି । ମୋ ସଂସ୍ପର୍ଶରେ ଆସିଥିବା ସମସ୍ତେ ନିଜର କରୋନା ପରୀକ୍ଷଣ କରାଇ କ୍ୱାରେଣ୍ଟାଇନରେ ରୁହନ୍ତୁ । 

ସମସ୍ତେ ନିଜ ନିଜର ଯତ୍ନ ନେବାକୁ ରିଚା ଅପିଲ କରିଥିବା ବେଳେ କରୋନା ଯୋଗୁ ସେ ନିଜର ଘ୍ରାଣ ଶକ୍ତି ସମ୍ପୂର୍ଣ୍ଣ ରୂପେ ହରାଇଥିବା ନିଜ ଫ୍ୟାନମାନଙ୍କୁ ଜଣାଇଛନ୍ତି । କହିଛନ୍ତି ସେ କୌଣସି ଖାଦ୍ୟ କିମ୍ବା ପରଫ୍ୟୁମର ବାସ୍ନା ଜାଣି ପାରୁ ନାହାନ୍ତି।

ମତାମତ ଦିଅନ୍ତୁ ।