ରିପବ୍ଲିକ ଟିଭିର ଦୁଇ ସାମ୍ୱାଦିକଙ୍କୁ ଗିରଫ କଲା ମୁମ୍ୱାଇ ପୋଲିସ

ମୁମ୍ୱାଇ : ଇଂରାଜୀ ନ୍ୟୁଜ୍ ଟିଭି ଚ୍ୟାନେଲ ରିପବ୍ଲିକ ଟିଭିର ଦୁଇ ସାମ୍ୱାଦିକଙ୍କୁ ମୁମ୍ୱାଇ ପୋଲିସ ଗିରଫ କରିଛି। ଏମାନେ ହେଲେ ଅନୁଜ କୁମାର ଓ ଭିଡିଓ ଜର୍ଣ୍ଣାଲିଷ୍ଟ ୟଶପାଲଜିତ୍ ସିଂହ। ସେମାନଙ୍କୁ ନେଇ ଯାଇଥିବା ଓଲା କାରର ଡ୍ରାଇଭର ପ୍ରଦୀପ ଦିଲ୍ଲୀପ ଧାନାଭଡେଙ୍କୁ ମଧ୍ୟ ଗିରଫ କରାଯାଇଛି। ରିପବ୍ଲିକ ଟିଭି ପକ୍ଷରୁ ଏହି ସୂଚନା ମିଳିଥିବା ବେଳେ କୋର୍ଟରେ ପକ୍ଷ ରଖିବାକୁ ସୁଯୋଗ ଦିଆଯାଉନଥିବା ବିବୃତ୍ତିରେ କୁହାଯାଇଛି।

ଅନୁସନ୍ଧାନମୂଳକ ଖବରକୁ ନେଇ ରିପୋର୍ଟିଂ କରୁଥିବା ସମୟରେ ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାର କରଜତର ଏକ ଫାର୍ମ ହାଉସ ସାମ୍ନାରୁ ତିନି ଜଣଙ୍କୁ ମୁମ୍ୱାଇ ପୋଲିସ ଗିରଫ କରିଥିବା ବେଳେ ଏହାର କାରଣ କହିନାହିଁ। ଏହି ଫାର୍ମ ହାଉସ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କର ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।