ରିପୋର୍ଟକୁ ଅପେକ୍ଷା ନକରି ଗୁରୁତର ରୋଗୀଙ୍କୁ ଚିକିତ୍ସା କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର : ବର୍ତ୍ତମାନ ସୁଦ୍ଧା ଗଞାମ ଜିଲ୍ଲାକୁ ୧୧ ହଜାର ପ୍ରବାସୀ ଫେରିଛନ୍ତି। ଏମାନଙ୍କ ସଂଖ୍ୟା ପ୍ରତି ବ୍ଳକରେ ୩ ଶହରୁ ୪ଶହ। ସେମାନଙ୍କ ପାଇଁ କ୍ଵାରେଣ୍ଟାଇନ୍, ଚିକିତ୍ସା ଓ ଟେଷ୍ଟିଂର ବ୍ୟବସ୍ଥା କରାଯାଇଛି। ଗତବର୍ଷର ଅବସ୍ଥା ଏବେ ନାହିଁ। ସବୁ ପ୍ରକାର ସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ସେ ସୂଚନା ଦେଇଛନ୍ତି ଜିଲ୍ଲାରେ ଦୁଇଟି କୋଭିଡ୍ ହସ୍ପିଟାଲ୍ ଚାଲୁ ରହିଛି। ଆଉ ଗୋଟିଏ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି।

ସେହିପରି କୋଭିଡ୍ ଟେଷ୍ଟ୍ ରିପୋର୍ଟକୁ ଅପେକ୍ଷା ନକରି ଗୁରୁତର ସଂକ୍ରମିତଙ୍କ ତୁରନ୍ତ ଚିକିତ୍ସା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ହୋଟେଲରେ ବସି ଖାଇବା ବଦଳରେ ପାର୍ସଲ ଦେବାକୁ ହୋଟେଲ୍ ମାଲିକମାନଙ୍କୁ ଅନୁରୋଧ କରିଛନ୍ତି। ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡିକୁ କୋଭିଡ୍ କେୟାର୍ ସେଣ୍ଟର୍ ଭାବେ ପ୍ରସ୍ତୁତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ କହିଛନ୍ତି। ଏଥିସହ
ସରପଞ୍ଚ ଓ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରି କୋଭିଡ୍ ପରିଚାଳନାକୁ ସୁଦୃଢ କରିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ମାସ୍କ୍ ପରିଧାନ ଓ ସାମାଜିକ ଦୂରତ୍ଵ ରକ୍ଷା କରିବାକୁ ଗଞାମ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button