ରୀୟାଙ୍କ ଭାଇ ସୌଭିକ୍ ଓ ସୁଶାନ୍ତଙ୍କ ମ୍ୟାନେଜର ଗିରଫ

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଜାରି ରହିଛି। ଏହି ସମୟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରୀୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ଓ ମ୍ୟାନେଜର ସାମୁଲଏ ମିରାଣ୍ଡାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଛି। ଏହା ପୂର୍ବରୁ ରୀୟାଙ୍କ ଭାଇ ସୌଭିକ୍ ଡ୍ରଗ୍ସ କାରବାର ବାବଦରେ ବଡ଼ ତଥ୍ୟ ଦେଇଥିଲେ। ଜାତୀୟ ଟିଭି ଚ୍ୟାନେଲ ରିପବ୍ଲିକ୍ ଦେଇଥିବା ତଥ୍ୟ ମୁତାବକ ରୀୟା ସୌଭିକ ଓ ସୁଶାନ୍ତଙ୍କ ପୂର୍ବତନ ହାଉସ୍ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଡ୍ରଗ୍ସ କିଣିବାକୁ କହିଥିଲେ। ସୌଭିକ୍ ବିଭିନ୍ନ ଡ୍ରଗ୍ସ ବ୍ୟବସାୟୀଙ୍କ ସହ ଯୋଗାଯୋଗରେ ଥିବା ନେଇ ସ୍ଵୀକାର କରିଥିବା ଖବରରେ ପ୍ରକାଶ ପାଇଛି। ଆଜି ଏନସିବି ଟିମ ସୌଭିକ ଓ ମିରାଣ୍ଡାଙ୍କ ଘର ଉପରେ ଚଢ଼ଉ କରିଥିଲା।

ମତାମତ ଦିଅନ୍ତୁ ।